Latest Odisha News

BREAKING NEWS

ଭୁବନେଶ୍ବରରୁ ୫ ସାଇବର ଠକ ଗିରଫ

ଭୁବନେଶ୍ବର : ଭୁବନେଶ୍ବରରୁ ଗିରଫ ହେଲେ ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ଏହି ଠକଙ୍କୁ ଗିରଫ କରିଛି ପୋଲିସ । ହାଇଦ୍ରାବାଦ ସାଇବର ପୋଲିସ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏହି ସାଇବର ଠକମାନେ ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର ଅପରାଧ କରିଥିବାର ଅଭିଯୋଗ ରହିଛି । ଗିରଫ ୫ ଜଣ ସାଇବର ଠକଙ୍କୁ ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିଛି କମିଶନରେଟ ପୋଲିସ ।

ଠକେଇ ଘଟଣାରେ ମାଷ୍ଟରମାଇଣ୍ଡ ଆଦିତ୍ୟ ନାରାୟଣ ମହାପାତ୍ରକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ପୋଲିସ । ଏକ ଘରୋଇ ସ୍ବର୍ଣ୍ଣ ଋଣ ପ୍ରଦାନକାରୀ ସଂସ୍ଥାର ବ୍ରହ୍ମପୁର ଶାଖାରେ ସେ କାମ କରୁଥିଲା । ସେଠାରୁ କେରଳର ଭାଇଲାଡକୁ ବଦଳି ହୋଇଥିଲେ ବି ଇଛା ନଥିବାରୁ ଚାକିରି ଛାଡି ଦେଇଥିଲା । ପରେ ଡୋର ଷ୍ଟେପ୍ ଇନଷ୍ଟାଣ୍ଟ ଲୋନ୍ ଆପ୍‌ ଜରିଆରେ ହାଇଦ୍ରାବାଦର ମେନ୍ ବ୍ରାଞ୍ଚରୁ ଟଙ୍କା ନେଇଥିଲା । ଅଭିଯୁକ୍ତମାନେ ଦୁଇଟି ଆକାଉଣ୍ଟରୁ ୧୫ ଲକ୍ଷ ଲେଖାଏଁ ଅର୍ଥାତ୍ ମୋଟ ୩୦ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୧୯ ଓ ୪୨୯ ଏବଂ ଆଇଟି ଆକ୍ଟ ୬୬-ସିରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.