Latest Odisha News

BREAKING NEWS

ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ : ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କଙ୍କୁ ମିଳିବ ଟିକା । ଏନେଇ ସୂଚନା ଦେଇଛନ୍ତି ଟିକା ନେଇ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ ଡାକ୍ତର ଏନ.କେ ଆରୋରା । ଯେଉଁ ହାରରେ ଦେଶରେ ଟିକାଦାନ ଚାଲିଛି, ତାହା ତ୍ବରାନ୍ବିତ ହୋଇଛି । ଏବଂ ଡିସେମ୍ବର ସୁଦ୍ଧା ଦେଶର ବୟସ୍କଙ୍କୁ ଟିକା ମିଳିପାରିବ । ଆସନ୍ତା ଦିନରେ ଦେଶରେ ଟିକା ଉତ୍ପାଦନ ବି ବୃଦ୍ଧି ପାଇବାର ଆଶା ରହିଛି ବୋଲି ସେ କହିଛନ୍ତି ।

ଏହାସହ ରାଜ୍ୟଗୁଡିକ ବି ଟିକାଦାନ କେନ୍ଦ୍ରର ସଂଖ୍ୟା ବଢାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ଜୁନ ଓ ଜୁଲାଇରେ ଟିକାଦାନ ବୃଦ୍ଧି ପାଇଛି । ମେ ମାସ ସୁଦ୍ଧା ୫ କୋଟି ୬୦ ଲକ୍ଷ ଟିକା ଦେଶ ପାଇଛି । ଏବଂ ଆସନ୍ତା ମାସ ସୁଦ୍ଧା ଏହି ସଂଖ୍ୟା ୧୦ରୁ ୧୨ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସେପ୍ଟେମ୍ବରରୁ ଦେଶ ୩୦ କୋଟିରୁ ଅଧିକ ଟିକା ପାଇବ ବୋଲି କହିଛନ୍ତି ଏନ.କେ ଆରୋରା । ବର୍ତ୍ତମାନ ପରିପ୍ରେକ୍ଷୀରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢିବା ଏକ ବଡ ଚ୍ୟାଲେଞ୍ଜ । ତେବେ ଗତ ତିନି ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି ।

Leave A Reply

Your email address will not be published.