ଭୁବନେଶ୍ବର: ଆଜି ଉତ୍କଳ ଦିବସ । ଓଡିଶା ପ୍ରଦେଶ ଗଠନର ମୁହୂର୍ତ୍ତ । ୧୯୩୬ ମସିହା ଆଜିର ଦିନରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ନେଇ ଗଠନ ହୋଇଥିଲା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ।
ସେତେବେଳେ ପ୍ରଦେଶ ଗଠନ ବେଳେ, ଏହାକୁ ଉତ୍କଳ ଦିବସ ଏବଂ ରାଜ୍ୟ ସଙ୍ଗୀତ, ବନ୍ଦେ ଉତ୍କଳ ଜନନୀ ବୋଲି ମାନ୍ୟତା ପାଇଥିଲା । ହେଲେ ଏବେ ଏହାକୁ ନେଇ ଆରମ୍ଭ ତୁଷ୍ଟୀକରଣ । ଉତ୍କଳ, କୋଶଳ, କଳିଙ୍ଗକୁ ନେଇ ପୂରା ଓଡିଶା ପ୍ରଦେଶ ଗଠନ ହୋଇଥିବା ବେଳେ, କେବଳ ଉତ୍କଳକୁ ହିଁ କାହିଁକି ପ୍ରାଧାନ୍ୟ ଦିଆଯିବ ତାକୁ ନେଇ ମୋର୍ଚ୍ଚାଙ୍କ ସ୍ବର ଉଠିଥିଲା । ଆଉ ଏବେ ଏହି ବିରୋଧ ଆହୁରି ତେଜିଛି । ଏହାକୁ ନେଇ ନିଜର ଏକ ସ୍ବତନ୍ତ୍ର କୋଶଳ ପ୍ରଦେଶ ଦାବି କରୁଛି ପଶ୍ଚିମ ଓଡିଶା ।
ଆଜି ଉତ୍କଳ ଦିବସ ଅବଦରରେ, ଏହାକୁ କଳା ଦିବସ ଭାବେ ପାଳନ କରିବା ପାଇଁ କୋଶଳ ବାଦୀ ନେତା ମାନେ ଯୋଜନା କରିଥିବା ବେଳେ ସେମାନଙ୍କୁ ଘରୁ ଉଠେଇ ନେଇଥିଲା ପୋଲିସ । ସାରା ରାଜ୍ୟରେ ଓଡିଶା ଦିବସ ପାଲନ କରାଯିବା ନେଇ ସୂଚନା ପରେ, ଉତ୍କଳ ଦିବସକୁ କଳା ଦିବସ ରୂପେ ପାଳନ କରିବା ପାଇଁ କୋଶଲ ସଂଗଠନ ନିଷ୍ପତି ନେଇଥିଲା । ସେମାନଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଶୋଷିତ, ଅବହେଳିତର ଶିକାର ହେଉଛି ପଶ୍ଚିମ ଓଡିଶା । ଭାଷା ସଂସ୍କୃତି ପରମ୍ପରାକୁ ଅପମାନ କରି କୋଶଳାଞ୍ଚଳରୁ ଖଣି ଖାଦାନରୁ ଅଧିକ ରାଜସ୍ବ ଆଦାୟ ହେଉଥିଲେ ମଧ୍ୟ ପଶ୍ଚିମ ଓଡିଶାକୁ ଅଣଦେଖା କରୁଛନ୍ତି ସରକାର ଏବଂ ଉପକୂଳ ଓଡ଼ିଶାର ଉନ୍ନତି କରିବାରେ ଅଧିକ ଫୋକସ୍ କରୁଛନ୍ତି । ତେଣୁ ପ୍ରଶ୍ଚିମ ଓଡ଼ିଶାର ବିକାଶ ପାଇଁ କୋଶଳ ରାଜ୍ୟ ନିହାତି ଆବଶ୍ୟକ ବୋଲି ଦାବି କରିଛନ୍ତି କୋଶଳ ବାଦୀ ନେତା ।
ଯାହାକୁ ନେଇ ସେମାନେ ଦାବି କରିଛନ୍ତି ଯେ, କୋଶଳ ପ୍ରଦେଶ ଗଠନ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ନିଯୁକ୍ତି ଓ ସମସ୍ତ କ୍ଷେତ୍ରରେ ଆହୁରି ଅଧିକ ଉନ୍ନତି ହୋଇ ପାରିବ । ଓଡ଼ିଆ ମାତୃଭାଷା, ସମ୍ବଲପୁରୀ କୋଶଲି ଅଟେ, ଆମ୍ଭେ କାହିଁକି ଓଡ଼ିଆ ଉତ୍କଳର ଗୁଣ ଗାନ କରିବୁ ବୋଲି ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳନ କରିବା ପାଇଁ କୋସଲ ସଂଗ୍ରାମୀମାନେ ଆହ୍ୱାନ କରିଥିଲେ । ହେଲେ ଆନ୍ଦୋଳନ ପୂର୍ବରୁ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା, ଗାଇସିଲେଟ ବ୍ଲକର ସଭାପତି ଗଜପତି ସାହୁ, କୋସଲ ରାଜ୍ୟ ସମ୍ମାନିତ ସମିତି ସଭାପତି ଅରବିନ୍ଦ ପଣ୍ଡା, ପ୍ରସନ୍ନ କୁମ୍ଭାରଙ୍କୁ ଗାଇସିଲେଟ ପୋଲିସ ଉଠେଇ ନେଇ ଥାନାରେ ଅଟକ ରଖିଛି ।
Comments are closed.