Latest Odisha News

ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗରେ କେସିଅରଙ୍କୁ ଗିରଫ କଲା ପୋଲିସ୍

ନବରଙ୍ଗପୁର: ନବରଙ୍ଗପୁର ଡାବୁଗାଁ ତହସିଲଦାର ଅଫିସର କିରାଣୀ ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଛି ପୋଲିସ୍। ୧କୋଟି ୪୫ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ଡାବୁଗାଁ ତହସିଲ ଅଫିସରେ ଚନ୍ଦନା ମଣ୍ଡଳ କେସିଅରଭାବେ କାର୍ଯ୍ୟ କରୁଥିଲେ। ତହସିଲରେ ଆଦାୟ ହୋଇଥିବା ବିଭିନ୍ନ ସଂଗୃହିତ ଖଜଣା, ଚାଲାଣ ମାଧ୍ୟମରେ ବ୍ୟାଙ୍କର ସରକାରୀ ଖାତାରେ ଜମା କରି ଆସିଥିଲେ। ମାତ୍ର ଚାଲାଣ ସମୟରେ ହିସାବରେ ତ୍ରୁଟି ରହିଥିବା ସନ୍ଦେହ କରି ତହସିଲଦାର ତଦନ୍ତ କରିଥିଲେ। ଏହି ସମୟରେ ୧କୋଟି ୪୫ଲକ୍ଷ ଟଙ୍କା ସରକାରୀ ବ୍ୟାଙ୍କ ଖାତାରେ ଜମା ହୋଇନଥିବା ଜାଣି ସ୍ଥାନୀୟ ଥାନାରେ ଚନ୍ଦନା ମଣ୍ଡଳଙ୍କ ବିରୋଧରେ ତହସିଲଦାର କେସ କରିଥିଲେ।

ମାମଲା ରୁଜୁ ପରେ ଚନ୍ଦନା ମଣ୍ଡଳ ଗତ ମେ ମାସରୁ ଆତ୍ମଗୋପନ କରିଥିଲେ। ପୋଲିସ ସୂଚନା ପାଇ ଛତିଶଗଡ଼ର ସୁକୁମା ଜିଲ୍ଲାରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଚନ୍ଦନା ମଣ୍ଡଳଙ୍କ ସମସ୍ତ ସମ୍ପତି ଏବଂ ବ୍ୟକ୍ତିଗତ ବ୍ୟାଙ୍କ ଖାତା ତଦନ୍ତ ଜାରି ରହିଛି ବୋଲି ନବରଙ୍ଗପୁର ଏସ.ପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.