Latest Odisha News

BREAKING NEWS

‘ଅମୃତ ସନ୍ଧାନୀ ମନୋଜ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଦିଲ୍ଲୀ ଲେଖିକା ସଙ୍ଘ ଦ୍ୱାରା ଆୟୋଜିତ , ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାର ପରିସରରେ , ଅନିତା ପଣ୍ଡାଙ୍କ ସମ୍ପାଦିତ “ଅମୃତ ସନ୍ଧାନୀ ମନୋଜ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକଟିରେ ମନୋଜ ଦାସଙ୍କ ଜୀବନ ଓ ସାହିତ୍ୟକୁ ନେଇ ୩୯ ଜଣ ଲେଖକ ଓ ଲେଖିକାଙ୍କ ଆଲେଖ୍ୟ ସ୍ଥାନ ପାଇଛି।

ଏହି ଅବସରରେ ଦେବୀ ପ୍ରସନ୍ନ ପଟ୍ଟନାୟକ, ରମାକାନ୍ତ ରଥ , ତଥାଗତ ଶତପଥି , ହୃଷୀକେଶ ମଲ୍ଲିକ, ମାନସ ରଞ୍ଜନ ମହାପାତ୍ର ଏବଂ ଅନୀତା ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ମନୋଜ ଦାସଙ୍କ ସାହିତ୍ୟରେ ଜୀବନର ଦାର୍ଶନିକ ଦୃଷ୍ଟିକୋଣ ଥିଲା । ତାହା ପ୍ରତ୍ୟେକ ପାଠକଙ୍କ ମନରେ ମାନବିକତାର ମୂଲ୍ୟବୋଧ ସୃଷ୍ଟି କରୁଥିଲା। ସେ ସବୁବେଳେ ସାହିତ୍ୟ ପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.