Latest Odisha News

ଡକାୟତି ଯୋଜନା କରୁଥିବା ବେଳେ ୫ ଜଣକୁ ବାନ୍ଧିଲା ପୋଲିସ

କଟକ:ଡକାୟତି ଯୋଜନା ପଣ୍ଡ । ୫ ଜଣକୁ ବାନ୍ଧିଲା ପୋଲିସ। ଡକାୟତି ଯୋଜନା କରୁଥିବା ବେଳେ ବିଦ୍ୟାଧରପୁର ତେଲି ସାହି ଅଞ୍ଚଳରୁ ୫ ଜଣକୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ମାଛ ପରିବହନ କରୁଥିବା ଗାଡିକୁ ଡକାୟତି କରିବାକୁ ଯୋଜନା କରୁଥିଲେ ଡକାୟତ ।

ଡକାୟତଙ୍କ ନିକଟରୁ ଏକ ପିସ୍ତଲ, ଗୁଳି, କଟୁରୀ ଏବଂ ୩ଟି ମୋବାଇଲ ଫୋନ ଜବତ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ପୋଲିସ ପାଇଁ ଓ୍ବାଣ୍ଟେଡ ଥିବା ବେଳେ ବିଭିନ୍ନ ଥାନାରେ ତା ନାଁରେ ୧୦ରୁ ଅଧିକ ମାମଲା ଥିବା ଜଣାପଡିଛି ।

Comments are closed.