Latest Odisha News

BREAKING NEWS

ଝାଡଖଣ୍ଡର ବିଧାତା: ଓଡିଶାରେ ସାଜିଥିଲା ମୃତ୍ୟୁଦାତା

ଭୁବନେଶ୍ବର: ଚେନ୍ ଲୁଟ ବେଳେ ମହିଳାଙ୍କ ମୃତ୍ୟୁ ଘଟଣାରେ ପୋଲିସ୍ ପଞ୍ଝାକୁ ଆସିଛି ମୁଖ୍ୟ ଅଭିଯୁକ୍ତ ବିଧାତା । ମୋଟ ୪୦୦ ସିସିଟିଭି ଯାଞ୍ଚ ପରେ ଗତ ସୋମବାର ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତି ତଥା ଗାଡି ଚାଳକ ବିଧାତାକୁ ବଡବିଲରୁ ଗିରଫ କରିଛି ପୋଲିସ୍ । ଏଥିସହିତ ଉଭୟ ଅଭିଯୁକ୍ତିଙ୍କ ସହ ଏହାରଫିଲ୍ଡ ଥାନା ଲବଣଗିରି ଘଟଣାସ୍ଥଳକୁ ଯାଇ ସିନ୍ ରିକ୍ରିଏସନ୍ କରିଛନ୍ତି ଭୁବନେଶ୍ବର ପୋଲିସ୍ ।

ତେବେ ଗତ ୧୩ ତାରିଖରେ ଜଣେ ଦମ୍ପତି ଭୁବନେଶ୍ବରରୁ ହରିରାଜପୁର ସ୍ଥିତ ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲା ବେଳେ ହଠାତ୍ ରାସ୍ତାରେ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରେ ଥିବା ସୁନା ଚେନ୍ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ ଚେନଟି ମୋଟା ହୋଇଥିବବାରୁ ଏହା ସହଜରେ ଛିଡିନଥିଲା । ଫଳରେ ମହିଳା ଜଣଙ୍କ ପଛକୁ ଟାଣି ହୋଇ ଗାଡିରୁ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ୩ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଜୀବନ ହାରିଥିଲେ ।

ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ସ୍ପେଶାଲ ସ୍କ୍ୱାର୍ଡ ସହାୟତାରେ ପାଖାପାଖି ୪୦୦ ସିସିଟିଭିକୁ ଯାଞ୍ଚ କରି କରି ଅଭିଯୁକ୍ତିଙ୍କୁ ଚିହ୍ନଟ କରାଯାଇଥିଲା । ଦୁଇ ଅଭିଯୁକ୍ତ ବିଧାତା ଏବଂ ରାଜା ନାଇଡୁ ଝାଡଖଣ୍ଡ ନିବାସୀ ହୋଇଥିବା ବେଳେ ସେମାନଙ୍କୁ ସେଠୁ ରାଜ୍ୟରୁ ତଡିଦିଆଯାଇଥିଲା । ଫଳରେ ସେମାନେ ଓଡିଶାରେ ଆଜି ଆଶ୍ରୟ ନେଇ ବିଭିନ୍ନ କାମ କରିବା ଆଳରେ ତାଙ୍କ ପେସା ଲୁଟରାଜକୁ କାର୍ଯ୍ୟକାରୀ କରାଉଥିଲେ । ନିଛାଟିଆ ସ୍ଥାନ ଦେଖି ଲୋକଙ୍କୁ ଆକ୍ରମଣ କରି ସେମାନଙ୍କୁ ଲୁଟୁଥିବା ବେଳେ, ବେଳ ପଡିଲେ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉନଥିଲେ । ଯାହାଙ୍କୁ ଆଜି ଗିରଫ କରି ବଡ ସଫଳତା ହାସଲ କରିଛି ପୋଲିସ୍ ।

Comments are closed.