ତାଳଚେର: ଭିଜିଲାନ୍ସ ଜାଲରେ ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । ୪୧ ସିଆରପିସି ବେଲ୍ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତାଙ୍କ ଠାରୁ ନେଉଥିଲେ ୩ ହଜାର ଟଙ୍କା ଲାଞ୍ଚ । ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ।
ଧରଣୀଧରଙ୍କ ପୈତୃକ ଘର ଛେଣ୍ଡିପଦା ଖମାର ଏବଂ ତାଳଚେର ହାଣ୍ଡିଧୁଆଁ ଠାରେ ଥିବା ଭଡ଼ା ଘରେ ରେଡ କରିଛି ଭିଜିଲାନ୍ସ ଟିମ୍ । ରେଡ ସମୟରେ କଟକ ଏବଂ ଅନୁଗୁଳ ଭିଜିଲାନ୍ସ ବିଭାଗ ୧୧ ଜଣିଆ ଟିମ୍ ସାମିଲ ଥିବା ନେଇ ସୂଚନା ।
ସୂଚନା ଅନୁଯାୟୀ, ଗୁରୁବାର ପ୍ରୀତି ରଞ୍ଜନଙ୍କୁ ଏଏସଆଇ ଧରଣୀଧର ନାଥ ବେଲ୍ କରାଇ ଦେବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିବା ବେଳେ ପ୍ରୀତି ଅନୁଗୁଳ ଭିଜିଲାନ୍ସ ଅଫିସର ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ ବିଭାଗର ଜଣେ ଡିଏସପି ଓ ତିନି ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି ।
ତେବେ ଗତ ଏପ୍ରିଲ ମାସ ପ୍ରୀତି ରଞ୍ଜନ ଚୋରା ବିଦେଶୀ ମଦ କାରବାର କରୁଥିବା ନେଇ ଥାନାରେ ମାମଲା ହୋଇଥିଲେ । ତାଙ୍କ ପାଖରୁ ଚାରି ଲିଟର ବିଦେଶୀ ମଦ ଜବତ ହୋଇଥିଲା । କିନ୍ତୁ ସେଇ କେସକୁ ନେଇ ବେଲ କରାଇଦେବାକୁ କହି ଧରଣୀଧର ପ୍ରୀତି ରଞ୍ଜନଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ପ୍ରୀତି ଅନୁଗୁଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ଭିଜିଲାନ୍ସ ପକ୍ଷରୁ ରଙ୍ଗ ବୋଳା ଟଙ୍କା ପ୍ରୀତି ରଞ୍ଜନଙ୍କ ମାଧ୍ୟମରେ ଧରଣୀଧରଙ୍କୁ ଦିଆଯାଇଥିଲା । ସେହି ସମୟରେ ଭିଜିଲାନ୍ସ ରେଡ ହ୍ୟାଣ୍ଡରେ ଧରଣୀଧରଙ୍କୁ ଧରି ତଦନ୍ତ ଜାରି ରଖିଛି ।
Comments are closed.