Latest Odisha News

BREAKING NEWS

ହେଲମେଟ୍ ପାଇଁ ବସଉଠ ହେଲେ ଯୁବକ

ଅନୁଗୁଳ: ହେଲମେଟ ନାହିଁ ବୋଲି ବସଉଠ ହେବାକୁ ପଡିଲା ଯୁବକଙ୍କୁ।ଆଉ ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁଯାୟୀ, ଅନୁଗୁଳ ସହରର ହେମସୁରପଡା ଠାରେ ଆଜି ମଧ୍ୟାହ୍ନରେ ପୁଲିସ ପକ୍ଷରୁ ହେଲମେଟ ଚେକିଂ ଚାଲିଥିଲା । ସେହି ସମୟରେ ମୋଟର ସାଇକେଲରେ ଆସୁଥିବା ଜଣେ ଯୁବକ ହେଲମେଟ ପିନ୍ଧି ନଥିବାରୁ ଜଣେ ପୋଲିସ ବାବୁ ତାଙ୍କୁ ଅଟକାଇଥିଲେ।

ତେବେ ଟଙ୍କା ନଥିବାରୁ ଫାଇନ ଦେଇ ପାରିବି ନାହିଁ ବୋଲି ଯୁବକ କହିଥିଲେ। ଆଉ ତାପରେ ପୋଲିସ ବାବୁ ଜଣଙ୍କ ଲାଠି ଦେଖାଇ ଯୁବକ ଜଣଙ୍କୁ ବସଉଠ କରିଥିଲେ। ଆଉ ପୋଲିସ ବାବୁଙ୍କ ଏଭଳି ଆଚରଣ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଅପରପକ୍ଷେ ଏ ନେଇ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.