Latest Odisha News

BREAKING NEWS

ଆଜି ମୋଦିଙ୍କ ପଡୁଚେରୀ ଓ ତାମିଲନାଡୁ ଗସ୍ତ; ଲୋକାର୍ପିତ କରିବେ ବିଭିନ୍ନ ପ୍ରକଳ୍ପ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ଯିବା ନେଇ ସୂଚନା ରହିଛି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାପଡିଛି।

ପୁଡୁଚେରୀ ବିଜେପି ସଭାପତିଙ୍କ କହିବାନୁସାରେ, ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ଆସି ପହଁଚିବେ । ପୁଡୁଚେରୀରେ ପ୍ରଧାନମନ୍ତ୍ରୀ ସତନାଥପୁରମ-ନାଗାପଟ୍ଟିନମ ରାସ୍ତାର ଶିଳାନ୍ୟାସ କରିବେ । ଏହାସହ କରାକଲ ଜିଲ୍ଲାରେ ମେଡିକାଲ କଲେଜର ନୂଆ କ୍ୟାମ୍ପସକୁ ଉଦଘାଟନ କରିବେ । ଏହାବ୍ୟତୀତ ଅନେକ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ ।

ଅପରାହ୍ନ ୪ଟାରେ ତାମିଲନାଡୁରେ ୧୨ ହଜାର ୪୦୦ କୋଟିର ଅନେକ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ମୋଦି ।ଆହୁରି ମଧ୍ୟ କୁହାଯାଇଛି ଯେ, ତାମିଲନାଡୁରେ ନ୍ୟେବେଲୀ ବିଦ୍ୟୁତ ପରିଯୋଜନାକୁ ଦେଶ ପାଇଁ ଉତ୍ସର୍ଗ କରିବେ ମୋଦି । ଏହି ପ୍ରକଳ୍ପରେ ୧୦୦୦ ମେଗାଓ୍ୱାଟର ବିଦ୍ୟୁତ ଉତ୍ପାଦନ ହେବ । ଏଥିରୁ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀକୁ ଫାଇଦା ହେବ ।

Leave A Reply

Your email address will not be published.