Latest Odisha News

BREAKING NEWS

ଧରାପଡ଼ିଲା ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ୍ ରାକେଟ, ୩ ଗିରଫ

ଯାଜପୁର: ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଯୋଗାଉଥିବା ରାକେଟକୁ ଧରିଛି ଯାଜପୁର । ରାକେଟର ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଆବେଦନ ଫର୍ମ ସହ ୧୦ଟି ଷ୍ଟାମ୍ପ, କିଛି ଆଧାର କାର୍ଡ ଓ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ବାଲିଚନ୍ଦ୍ରପୁର ଥାନା ସାଉଡ଼ିଆ ଗାଁର କାମିନିକାନ୍ତ ପଣ୍ଡା, ପ୍ରଶାନ୍ତ ସାମଲ ଓ ଫକିରମିଆଁ ପାଟଣାର ଚନ୍ଦ୍ରକାନ୍ତ ପଣ୍ଡା ।

ଅଭିଯୁକ୍ତମାନେ ୨୦୧୪  ମସିହାରୁ ଏଭଳି ଜାଲ ସାର୍ଟିଫିକେଟ କାରବାର କରି ଆସୁଥିଲେ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଯାଜପୁର ଏସଡିପିଓ ସରୋଜ ଉପାଧ୍ୟାୟ କହିଛନ୍ତି, ଏକ ଜାଲ ସାର୍ଟିଫିକେଟ ପାଇବା ପରେ ଘଟଣାର ତଦନ୍ତ କରି ଉପଯୁକ୍ତ ପଦେକ୍ଷପ ନେବାକୁ ଭିନ୍ନକ୍ଷମ ବୋର୍ଡର ସଦସ୍ୟ ଡ. ଅନୁପ ଶର୍ମା ଚଳିତ ମାସ ୩ ତାରିଖରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏତଲା ଆଧାରରେ ତଦନ୍ତ କରିବା ବେଳେ ଜାଲ ସାର୍ଟିଫିକେଟ ବ୍ୟବହାର କରୁଥିବା ଓ ଜାଲ ସାର୍ଟିଫିକେଟ ତିଆରି କରୁଥିବା ୩ ଅଭିଯୁକ୍ତ ଧରା ପଡ଼ିଥିଲେ । ସେମାନେ ତାଙ୍କ ଘରେ ହିଁ ଏହି ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିଲେ । ରେଡ୍ ବେଳେ ଅଭିଯୁକ୍ତଙ୍କ ଘରୁ କିଛି ଜାଲ ସାର୍ଟିଫିକେଟ, ଭିନ୍ନକ୍ଷମ ସାର୍ଟିଫିକେଟରେ ବ୍ୟବହାର ହେଉଥିବା ଷ୍ଟାମ୍ପ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି । ଭିନ୍ନକ୍ଷମ ଭତ୍ତା ଟଙ୍କା ପାଇବା ନିମନ୍ତେ ଏହି ଜାଲ ସାର୍ଟିଫିକେଟ ବ୍ୟବହାର ହେଉଥିଲା । ଏନେଇ ଅଧିକ ତଦନ୍ତ ପୋଲିସ ଜାରି ରଖିଛି ।

Leave A Reply

Your email address will not be published.