Latest Odisha News

BREAKING NEWS

ବଲାଙ୍ଗିରରେ ମାଓବାଦୀ କ୍ୟାମ୍ପ ଠାବ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ ଥିବା ଏକ ଜଙ୍ଗଲରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।

BjdElectrycity

ପୋଲିସର କହିବା ଅନୁଯାୟୀ, ହରିଶଙ୍କର ମନ୍ଦିର ଅଞ୍ଚଳରେ ମାଓବାଦୀ ମାନେ ପ୍ରଶିକ୍ଷଣ ଶିବିର ସ୍ଥାପନା କରିଥିବା ଖବର ପାଇବା ପରେ ସ୍ପେସିଆଲ ଅପରେସନ ଗ୍ରୁପ(ଏସଓଜି) ଏକ କମ୍ବିଂ ଅପରେସନ ଆରମ୍ଭ କରିଥିଲା ।

ଏକ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ମାନେ ଲୁଚିରହି ‘ଏସଓଜି’ କର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯାହାର ପାଲଟା ଜବାବରେ ‘ଏସଓଜି’ ମଧ୍ୟ ଗୁଳିଚାଳନା କରିଥିଲା । କିଛି ସମୟର ଏହିପରି ଗୁଳିବିନିମୟ ପରେ ମାଓବାଦୀ ମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ଏହାପରେ ‘ଏସଓଜି’ କର୍ମକର୍ତ୍ତା ମାନେ ମାଓବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଧ୍ବଂସ କରିବା ସହ ସେଠାରୁ ମାଓବାଦୀଙ୍କ ଲେଖା ସହ ଏକ କଳାପଟା ଓ ଚକଖଡ଼ି ମଧ୍ୟ ଜବତ ହୋଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ବଲାଙ୍ଗିର ଏସପି ସନ୍ଦୀପ ସମ୍ପତ କହିଛନ୍ତି ଯେ, ଏହି କମ୍ବିଂ ଅପରେସନରେ କୌଣସି କ୍ଷୟକ୍ଷତି ଘଟି ନାହିଁ ।

ଜବତ ହୋଇଥିବା କଳାପଟ୍ଟା ଓ ଚକଖଡ଼ି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ,”ବୋଧହୁଏ ମାଓବାଦୀ ମାନେ ସ୍ଥାନୀୟ ଯୁବକ ମାନଙ୍କୁ ନିଜ ସହ ସାମିଲ କରାଇବା ପାଇଁ ଏହି ଶିବିରର ଆୟୋଜନ କରିଥିଲେ, ଏ ଦିଗରେ ପୋଲସ ତଦନ୍ତ ଆରମ୍ଭ କରିଛି” ।

Leave A Reply

Your email address will not be published.