ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ପାସ୍ ବିକ୍ରି ଘଟଣାରେ ଦୁଇ ଯୁବକଙ୍କୁ କାବୁ କରିଛି ପୋଲିସ। ପାସ୍ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଧରିବାରେ ସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପାସ୍ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
ମହୋତ୍ସବ ପାଇଁ ଦୁଇଟି ସ୍ବତନ୍ତ୍ର ଗାଲେରୀ ପ୍ରସ୍ତୁତ କରାଯାଇଛି। ସେହି ଗାଲେରୀରେ ପଡିଥିବା ସିଟ୍ ପାଇଁ ପ୍ରଶାସନ ପକ୍ଷରୁ ଭିଭିଆଇପି ଏବଂ ଭିଆଇପି ପାସ ବଣ୍ଟନ କରାଯାଉଛି ା ନେତା, ଅଧିକାରୀ, ଗଣମାଧ୍ୟମ ଓ ଜଣାଶୁଣା ବ୍ୟକ୍ତି ବିଶେଷ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ପାସ୍ ବଣ୍ଟନ ହୋଇଛି। ହେଲେ ଏହି ପାସ୍ ବାହାରେ ବିକ୍ରି ହେଉଥିବା ନଜରକୁ ଆସିଛି। ପାସ୍ ବିକ୍ରି କରିବା ଅପରାଧ ହୋଇଥିବା ବେଳେ ଏହାର ନକଲ କରିବା ମଧ୍ୟ ଅପରାଧ। ସେହିକ୍ରମରେ ଗାଲେରୀର ପ୍ରବେଶ ପଥରେ ପୋଲିସ କର୍ମଚାରୀମାନେ ପାସ୍ ଅସଲି କି ନକଲି ତାହା ଯାଞ୍ଚ କରୁଛନ୍ତି। ହେଲେ ସୋମବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ଦୁଇଟି ଭିଭିଆଇପି ପାସ୍ ଧରି ଗାଲେରୀକୁ ପ୍ରବେଶ କରିଥିଲେ। ସେହି ସମୟରେ ପାସ୍ ଯାଞ୍ଚ କରୁଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ପାସ କେଉଁଠୁ ଆଣିଲେ ବୋଲି ପ୍ରଶ୍ନ କରିଥିଲେ। ଯୁବକ ଦ୍ବୟ ଏହାର ସଠିକ ଉତ୍ତର ଦେଇପାରିନଥିଲେ। ଶେଷରେ ସେମାନେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଦେଇ ଏହି ପାସ କିଣିଥିବା ପୋଲିସକୁ କହିଥିଲେ। ଏହାପରେ ପୋଲିସ ପାସ୍ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ଠାବ କରି କାବୁ କରିଥିଲା। ନକଲି ପାସ ବିକ୍ରିକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନାଥାଉକି, ପୂର୍ବରୁ ଓଏଲ୍ଏକ୍ସ୍ରେ ପାସ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିବା ଜଣେ ଯୁବକଙ୍କୁ ପୋଲିସ କାବୁ କରିବା ପରେ ତାଗିତ କରି ଛାଡିଥିଲା।
BREAKING NEWS
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
- ୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ
Comments are closed.