Latest Odisha News

ଗ୍ରାଣ୍ଟ ଇନ୍ ଏଡ୍ ପ୍ରାପ୍ତ ଶିକ୍ଷକଙ୍କ ପାଇଁ ୭ମ ବେତନ କମିଶନ ଲାଗୁ, ମହାନଦୀ ସିଷ୍ଟମରେ ହେବ ୨ଟି ବ୍ୟାରେଜ୍

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମହାନଦୀ ସିଷ୍ଟମରେ ୨ଟି ବ୍ୟାରେଜ୍ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ମହାନଦୀର ଜଗତସିଂହପୁର ଚୌଧୁରୀଗଡ଼ାଠାରେ ଓ ମହାନଦୀର ଶାଖା ନଦୀ ପାଇକାରେ ତିଖିରିଠାରେ ବ୍ୟାରେଜ ନିର୍ମାଣ ହେବ । ବ୍ୟାରେଜ ନିର୍ମାଣ ପାଇଁ ୩୪୪ କୋଟିର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ବେଳେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୮୯ଟି ଗାଁର ଲୋକ ଉପକୃତ ହେବେ ।

ରାଜ୍ୟ କ୍ୟାବିନେଟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ, ଗ୍ରାଣ୍ଟ ଇନ୍ ଏଡ୍ ପ୍ରାପ୍ତ ଶିକ୍ଷକଙ୍କ ପାଇଁ ୭ମ ବେତନ କମିଶନ ଲାଗୁ ହେବ । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ ସମେତ ୟୁପି ସ୍କୁଲ ଓ ମଦ୍ରାସା ଶିକ୍ଷକ ଏହାର ଲାଭ ପାଇବେ । ଏହାଦ୍ୱାରା ଶତ ପ୍ରତିଶତ ଅନୁଦାନ ପାଉଥିବା ମୋଟ ୨୬, ୧୬୪ ଶିକ୍ଷକ ଏବଂ କର୍ମଚାରୀ ଉପକୃତ ହେବେ ।

ଖୁବଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କଂକ, ଦୁବାଇ ଓ ସିଙ୍ଗାପୁରକୁ ସିଧାସଳଖ ବିମାନ ଉଡ଼ିବ । ଏନେଇ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଆସିଥିବା ବିଡକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ମାସେ କିମ୍ବା ଦେଢ଼ମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ଆରମ୍ଭ ହୋଇ ପାରେ ।

Leave A Reply

Your email address will not be published.