Latest Odisha News

BREAKING NEWS

ସାଧାରଣ ନାଗରିକଙ୍କୁ ମାରିବା ଅଭିଯୋଗରେ ୩୦ ଯବାନଙ୍କ ବିରୋଧରେ ରୁଜୁ ହେଲା ମାମଲା

କୋହିମା: ୨୦୨୧ରେ ୧୩ଜଣ ସାଧାରଣ ନାଗରିକଙ୍କୁ ମାରିବା ଅଭିଯୋଗରେ ୨୦ଜର ଯବାନଙ୍କ ବିରୋଧରେ ମାମଲା ରୁଜୁ କରିଛି ସ୍ଥାନୀୟ ପୋଲିସ । ଏଥିରେ ଜଣେ ସେନା ଅଧିକାରୀ ସାମିଲ ଅଛନ୍ତି । ଡିସେମ୍ବର ୪ରେ ଯବାନ ଗୁଳିରେ ୧୩ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ମ୍ୟାନମାର ସୀମା ନିକଟବର୍ତୀ ଅଂଚଳରେ ଗୋଇନ୍ଦା ବିଭାଗର ଭୁଲ ସୂଚନା ଯୋଗୁ ଏହି ନାରକୀୟ କାଣ୍ଡ ଘଟିଥିଲା ।

ତୀବ୍ର ଜନ ଅସନ୍ତୋଷ ପରେ ନାଗାଲାଣ୍ଡ ସରକାର ଏକ ଏସଆଇଟି ଗଠନ କରିଥିଲେ । ଏବେ ଯବାନ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଛି । ସେନା ପକ୍ଷରୁ ମଧ୍ୟ ଏହି ଘଟଣା ନେଇ ଶୋକ ବ୍ୟକ୍ତ କରାଯାଇଥିଲା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେନା ପକ୍ଷର କୁହାଯାଇଛି ।

Leave A Reply

Your email address will not be published.