Latest Odisha News

BREAKING NEWS

ମୃଦୁ ପାନୀୟ କମ୍ପାନୀ ଓ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦୀୟ ବିଜ୍ଞାପନ ପାଇଁ ମୃଦୁ ପାନୀୟ କୋକା କୋଲାର ଭାରତୀୟ ସିଇଓ ଓ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ କୋଲକାତା ପୁଲିସ ମାମଲା ରୁଜୁ କରିଛି। ବିଜ୍ଞାପନରେ ବଙ୍ଗାଳି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ସହିତ ଓକିଲ ବିବ୍ୟାୟନ ବାନାର୍ଜୀ କଲିକତା ହାଇକୋର୍ଟରେ ଏକ ଆବେଦନ ମଧ୍ୟ କରିଛନ୍ତି।

କୋର୍ଟରେ ଆବେଦନ, ଥାନାରେ ମାମଲା ସହ ବିରୋଧ ତେଜିବାରୁ କମ୍ପାନୀ ବିଜ୍ଞାପନକୁ ସୋସିଆଲ୍ ମିଡିଆ, ଟିଭି ସ୍କ୍ରିନ୍‌ ସହ ସବୁ ପ୍ଲାଟ୍‌ଫର୍ମରୁ ହଟାଇ ଦେଇଛି। ତା ସହିତ ବଙ୍ଗାଳି ଭାଷାରେ କ୍ଷମା ବି ମାଗିଛି।  ଅଭିଯୋଗ ଅନୁସାରେ ବିଜ୍ଞାପନ ହିନ୍ଦୀରେ ଥିଲା। ହେଲେ ଏହାକୁ ବଙ୍ଗାଳି ବାଷାରେ ଡବିଂ କରାଯାଇଥିଲା। ଯାହାକୁ ବଙ୍ଗଳାଭାଷୀ ଲୋକମାନେ ପସନ୍ଦ କରି ନଥିଲେ।

ବିଜ୍ଞାପନରେ ଏକ ଲୋକକଥା- ସିଧା ଆଙ୍ଗୁଳିରେ ଘିଅ ନ ଉଠିଲେ ଆଙ୍ଗୁଳି ବଙ୍କା କରିବାକୁ ପଡ଼େ। ଏହି ଲୋକକଥାର ଭୁଲ ଅନୁବାଦ ହେବା ନେଇ ବିବାଦ ହୋଇଥିଲା। ଯାହା ଆଇଟି ଅଧିନିୟମ ଧାରା ୬୬ଏ ଓ ଆଇପିସି ଧାରା ୧୫୩ ଏ ଅନୁସାରେ ଆସୁଛି। ତେଣୁ ଏସବୁ କାର୍ଯ୍ୟକୁ ଭବିଷ୍ୟରେ ପ୍ରୋତ୍ସାହନ ନ ଦେବାକୁ ଦିବ୍ୟାୟନ କୋର୍ଟରେ ଅଭିଯୋଗ କରିଛନ୍ତି।

କୋର୍ଟରେ ମାମଲା ହେବା ପରେ କୋକା କୋଲା କମ୍ପାନୀ ବଙ୍ଗାଳି ଭାଷାରେ କ୍ଷମା ମାଗିଛି। ଅଜଣାତରେ ଏହିଭଳି ଭୁଲ୍ ହୋଇଛି ବୋଲି କହି କମ୍ପାନୀ ବିଜ୍ଞାପନକୁ ସବୁଥିରୁ ହଟାଇ ଦେଇଛି।

Leave A Reply

Your email address will not be published.