Latest Odisha News

ଥାଲାପତି ବିଜୟଙ୍କ ନାଁରେ ଥାନାରେ ମାମଲା ରୁଜୁ

ମୁମ୍ବାଇ: ବିଜୟଙ୍କ ନାଁରେ ମାମଲା ରୁଜୁ । ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ଏବଂ ରାଜନେତା ଥାଲାପତି ବିଜୟଙ୍କ ନାଁ ଏଫଆଇଆର ରୁଜୁ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଚେନ୍ନାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଅଭିନେତା ବିଜୟଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଛି । ଏଥିରେ ବିଜୟଙ୍କ ବିରୋଧରେ ଏକ ଇଫତାର କାର୍ଯ୍ୟକ୍ରମରେ ମୁସଲମାନମାନଙ୍କୁ ଅପମାନିତ କରିବାର ଅଭିଯୋଗ ରହିଛି ।

ମୁସଲମାନମାନଙ୍କୁ ଅପମାନିତ କରିଛନ୍ତି ଥାଲାପତି ବିଜୟ । ଅଭିଯୋଗକାରୀ ଏଭଳି କିଛି ଅଭିଯୋଗ କରିଥବା ବେଳେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀଙ୍କ କହିବାନୁଯାୟୀ, ଥାଲାପତି ବିଜୟ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଇଫତାର ପାର୍ଟି ଆୟୋଜନ କରିଥିଲେ । ଯେଉଁଥିରେ ଥାଲାପତି ଟୋପି ପିନ୍ଧି ନମାଜ ପଢୁଥିବାର ଦୃଶ୍ୟ ଭାଇଣାଲ ହୋଇଥିଲା । ଏଥିରେ କେବଳ ମଦପ୍ୟ ଏବଂ ,ଭଳି ବ୍ୟକ୍ତି ଯୋଗ ଦେଇଥିଲେ, ଯେଉଁମାନେ ଏଭଳି ଧାର୍ମିକ ଆନୁଷ୍ଠନିକ କାର୍ଯ୍ୟକ୍ରମର ପବିତ୍ରତାକୁ ଅନାଦାର କରିଥିଲେ । ଆଉ ଏହି ପାର୍ଟିରେ ବିଦେଶୀ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ଥିଲେ । ଯାହା ମୁସଲିମ ସମ୍ପ୍ରଦାୟକୁ ଆଘାତ ଦେଇଛି । ଆଉ ସମଗ୍ର ଘଟଣା ପରେ ମଧ୍ୟ ବିଜୟଙ୍କ ଅନୁତାପ କିମ୍ବା କ୍ଷମା ପ୍ରାର୍ଥନା ନକରିବା ତାଙ୍କର ସମ୍ବେଦନଶୀଳତା ଏବଂ ଧାର୍ମିକ ଭାବନା ପ୍ରତି ଅସମ୍ମାନ ବୋଲି ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ତେଣୁ ଏବେ ଯେପରି ଘଟଣା ପୁନରାବୃତ୍ତି ନହୁଏ, ସେଥିପାଇଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

Comments are closed.