Latest Odisha News

କୋଏମ୍ବାଟୁର ବିସ୍ଫୋରଣରେ ଆତଙ୍କୀ ଲିଙ୍କ୍! ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ

କୋଏମ୍ବାଟୁର : ଶେଷରେ କୋଏମ୍ବାଟୁର କାର ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଆଇଏସଆଇଏସ ଲିଙ୍କ ଥିବା ପୋଲିସ କହିଛି । ଗତ ରବିବାର ଦିନ ତାମିଲନାଡୁର କୋଏମ୍ବାଟୁରର କୋଟାଇ ଏସୱାରାନ ମନ୍ଦିର ନିକଟରେ ଏକ କାର ଭିତରେ ହୋଇଥିବା ବିସ୍ଫୋରଣ ମାମଲାକୁ ନେଇ ବିଜେପି ଆତଙ୍କବାଦୀ ଲିଙ୍କ୍ ଥିବା ଦାବି କରିଥିଲା । ଏଥିରେ ଜଣକର ମୃତ୍ୟୁ ଘଟଣାକୁ ନେଇ ପୋଲିସ ଚୁପ ଥିବାବେଳେ ବିଜେପି ପ୍ରେସ ମିଟ୍ କରି ସଂଗୀନ ଅଭିଯୋଗ ଆଣିଥିଲା ।

 ମୃତ ବ୍ୟକ୍ତିଙ୍କ ଘରୁ ବିସ୍ଫୋରକ ସାମଗ୍ରୀ ପୋଲିସ ଜବତ କରିଥିବା ବେଳେ ଏହାର ତଦନ୍ତକୁ ଲୁଚାଉଥିବା ତାମିଲନାଡୁ ବିଜେପି ନେତା ଅଭିଯୋଗ କରିଥିଲେ । ଏପରିକି ଏଆଇଏଡିଏମକେ ନେତାମାନେ ଷ୍ଟାଲିନଙ୍କୁ ଟାର୍ଗେଟ କରି କହିଥିଲେ ଯେତେବେଳେ ରାଜ୍ୟରେ ଡିଏମକେ ସରକାର ଆସୁଛି ଏହା ପରେ ଆତଙ୍କୀମାନେ ବୋମା ବିସ୍ଫୋରଣ କରିବାକୁ ପଛାଉନାହାଁନ୍ତି । ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ନିକଟରେ ଗୃହ ବିଭାଗ ଥିବାରୁ ତଦନ୍ତ କରି ଲୋକଙ୍କ ଧନଜୀବନ ସୁରକ୍ଷିତ ରଖିବାକୁ ବିରୋଧୀମାନେ ଦାବି କରିଥିଲେ ।  ପରେ ଏହି ଘଟଣା ପଛରେ ଆତଙ୍କବାଦୀ ଷଡ଼ଯନ୍ତ୍ର ଥିବା ପୁଲିସ ମାନିଛି ।

 

ସୂଚନାଯୋଗ୍ୟ ରବିବାର ଦିନ କାର ବିସ୍ଫୋରଣରେ ୨୫ ବର୍ଷିୟ ଜାମେଜା ମୁବିନର ମୃତ୍ୟୁ ଘଟିଥିଲା । ଏହି କାରରେ ବିସ୍ଫୋରକ ସାମଗ୍ରୀ ଥିଲା । ଦୀପାବଳି ପୂର୍ବଦିନ ଏହା ମନ୍ଦିର ଆଗରେ ଥିବାବେଳେ ଏଥିରେ ବିସ୍ଫୋରଣ ଘଟିଥିଲା । ଯଦି ଦୀପାବଳି ଦିନ ଘଟିଥାନ୍ତା ନିଶ୍ଚୟ ଅଧିକ କ୍ଷତି ହୋଇଥାନ୍ତା ।

ପୂର୍ବରୁ ଆତଙ୍କବାଦ ଲିଂକ ନେଇ  ଏନଆଇଏ   ଏକ ମାମଲା ସମ୍ପର୍କରେ ଜାମେଜାକୁ ପଚରାଉଚରା କରିଥିଲା । ତେବେ ଏହି ବିସ୍ଫୋରଣ ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ସିସିଟିଭିରେ ମଧ୍ୟ ଦେଖାଯାଉଛି ମୃତ ଜାମେଜା ଘରୁ ଏକ ଅଖାରେ ଏହି ପାଞ୍ଚଜଣ ବ୍ୟକ୍ତି କିଛି ସାମଗ୍ରୀ ଆଣି କାରରେ ରଖିଥିଲେ ।  ଏହି ପାଞ୍ଚ ଅଭିଯୁକ୍ତଙ୍କ ନାମ ମହମ୍ମଦ ତାଲକା, ମହମ୍ମଦ ଅଜହରୁଦ୍ଦିନ, ମହମ୍ମଦ ରିୟାଜ, ଫିରୋଜ ଇସମାଇଲ ଏବଂ ମହମ୍ମଦ ନୱାଜ ଇସମାଇଲ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ନାମରେ ଏବେ ୟୁଏପିଏ ଆଇନ ରେ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟ 15 ଜଣଙ୍କୁ ପୋଲିସ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଏହି ଘଟଣାରେ ଗୁପ୍ତଚର ବିଭାଗ ବିଫଳ ହୋଇଥିବା ଅଭିଯୋଗ କରି ବିଜେପି ତାମିଲନାଡୁର ଡିଏମକେ ସରକାରକୁ ସମାଲୋଚନା କରିଛି ।

Comments are closed.