Latest Odisha News

BREAKING NEWS

କରୋନା ସଂକ୍ରମିତ ଚିହ୍ନଟ ହେଲେ ପୋଲିସ ଦମ୍ପତି

ବ୍ରହ୍ମପୁର: ବ୍ରହ୍ମପୁର ଥାନା ଅନ୍ତର୍ଗତ ବଡ ବଜାର ପୋଲିସ ଷ୍ଟେସନର ଆଇଆଇସି ପ୍ରଶାନ୍ତ ଭୁପତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ତାଙ୍କ ପତ୍ନୀ ତଥା ସଦର ଥାନା ଆଇଆଇସି ସନ୍ତୋଶିନୀ ଓରାମ୍ ମଧ୍ୟ କରୋନା ପଜିଟିଭ ବାହାରିଛି ।

ସୂଚନାନୁଯାୟୀ ଏହି ଦୁଇ କରୋନା ଯୋଦ୍ଧାଙ୍କର ଜଣେ ୧୫ ବର୍ଷୀୟ ଝିଅ ଅଛନ୍ତି । ଯିଏକି ହୋମ୍ ଆଇସୋଲେସନରେ ରହିଛନ୍ତି ।

ସେହିପରି ବାଣପୁର ଥାନାର ଦୁଇ ସବ୍ ଇନ୍ସପେକ୍ଟର ମଧ୍ୟ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଛି ।

ତେବେ ସମସ୍ତଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ମାନେ ।

 

Leave A Reply

Your email address will not be published.