Latest Odisha News

BREAKING NEWS

ଜୟପୁର: ପୋଲିସ-ଅପରାଧି ଗୁଳି ବିନିମୟ, ଅଳ୍ପକେ ଖସିଗଲେ ଅପରାଧି

ଜୟପୁର : କୋରାପୁଟ ଅନ୍ତର୍ଗତ ଜୟପୁର ସହରରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୩ଟା ୪୫ ମିନିଟ୍ ସମୟରେ ଗ୍ଲୋକାଲ୍ ହସ୍ପିଟାଲ୍ ବାଇପାସ ରୋଡ ନିକଟରେ ପୋଲିସ ପେଟ୍ରୋଲିଂ ଚାଲିଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ୨ ଜଣ ଅପରାଧୀଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା ।

ଅନ୍ୟପକ୍ଷରେ ପୋଲିସକୁ ଦେଖି ଅପରାଧିମାନେ ଖସିଯିବାକୁ ଚେଷ୍ଟା କରି ଅତର୍କିତ ଭାବେ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଅପରାଧିମାନଙ୍କୁ ପାଲଟା ଜବାବ ଦେବାକୁ ଯାଇ ପୋଲିସ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଏହି ସମୟ ମଧ୍ୟରେ ଅପରାଧୀମାନେ ପୁଲିସକୁ ଚକମା ଦେଇ ଖସିଯିବାକୁ ସକ୍ଷମ ହୋଇଥିବା ନେଇ ଜଣାପଡିଛି ।

ତେବେ ଘଟଣାସ୍ଥଳରୁ ପୋଲିସ ଏକ ଖୋକା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ଗୁଳି ବିନିମୟରେ କେହି ଆହତ ହୋଇନଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.