Latest Odisha News

BREAKING NEWS

ଲକ୍‌ଡାଉନରେ ଯାଉଥିଲେ ବିଶାଖାପାଟଣାରୁ କୋଲକାତା, ଅଟକ ରଖିଲା ଓଡିଶା ପୋଲିସ

ବ୍ର୍ରହ୍ମପୁର : ଲକ୍‌ଡାଉନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ଚାଲି ଚାଲି ନିଜ ଗାଁକୁ ଫେରୁଥିବାର ଦେଖାଯାଉଛି । ବିଶାଖାପାଟଣାରୁ କୋଲକାତା ଅଭିମୁଖେ ବାହାରିଥିବା ୧୦ ଜଣ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଶନିବାର ପୋଲିସ ଲାଂଜିପଲ୍ଲୀ ବାଇପାସ୍ ଠାରେ ଅଟକାଇଥିଲା ।

ପୋଲିସ ସେମାନଙ୍କଠାରୁ ସବିଶେଷ ତଥ୍ୟ ପାଇବା ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଥିଲା ।

ବାହାର ରାଜ୍ୟରେ କାମ କରୁଥିବା ଲୋକଙ୍କୁ କମ୍ପାନୀମାନେ ଖାଇବା ପିଇବା ଦେଇ ସୁରକ୍ଷିତ ଭାବେ ରଖିବା ନେଇ ସରକାର କହିଥିଲେ ସୁଦ୍ଧା କମ୍ପାନୀମାନେ ଏହାକୁ ମାନୁ ନ ଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ବାଧ୍ୟ ହୋଇ ନିଜ ଗାଁକୁ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଉଛନ୍ତି ।

Leave A Reply

Your email address will not be published.