Latest Odisha News

ଯୋଧପୁରରେ ୱାଟର ଏର୍ମଜେନ୍ସି

ଯୋଧପୁର: ଯୋଧପୁରରେ ଲାଗୁ ହୋଇଛି ୱାଟର ଏର୍ମଜେନ୍ସି । ପ୍ରବଳ ଜଳସଙ୍କଟ ଯୋଗୁ ସ୍ଥାନୀୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଜାବରୁ ଆସୁଥିବା ପାଣିକୁ ଏବେ ବନ୍ଦ କରା ଯାଇଥିବାରୁ ଏହି ଅଭାବ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ପଞ୍ଜାବ ସ୍ଥିତି ସାଧାରଣ ହେବାକୁ ଅତି କମରେ ୧୦ ଦିନ ଲାଗିବ । ଏହା ପରେ ପାଣି ରାଜସ୍ଥାନକୁ ଛଡାଯିବ । ଯୋଧପୁର ପ୍ରଶାସନ ୱାଟର ସପ୍ଲାଇ ଡିପାଟର୍ମେଂଟ ନିକଟରେ ସୁରକ୍ଷା ପାଇଁ ପୋଲିସ ନିୟୋଜିତ କରାଯାଇଛି ।

କାୟଲାନ, ଚୌପାସନୀ, ତଖତସାଗର ଓ ଝାଲାମଣ୍ଡରେ ପିଇବା ପାଣି ସଙ୍କଟ ଜନ ସାଧାରଣଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଏଠାକାର ଫିଲ୍ଟର ପ୍ଲାଂଟକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ପାଣି ନଷ୍ଟ ନ କରିବା ପାଇଁ ସଚେତନନା ସୃଷ୍ଟି କରାଯାଉଛି । ଏହା ସତ୍ୱେ ଯଦି କିଏ ପାଣି ନଷ୍ଟ କରେ ତାହାହେଲେ ଦଣ୍ଡିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି ।

Leave A Reply

Your email address will not be published.