Latest Odisha News

BREAKING NEWS

ସୁଷମା ପରିଜାଙ୍କ ‘ଗୋଟିଏ ଶୀତ ରାତିର ସ୍କେଚ୍’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ସଂସଦ ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ସ୍ଥାନୀୟ ରେଡ୍ କ୍ରସ୍ ଭବନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗାଳ୍ପିକା ସୁଷମା ପରିଜାଙ୍କର ‘ ଗୋଟିଏ ଶୀତ ରାତିର ସ୍କେଚ୍ ‘ ଉନ୍ମୋଚିତ ହୋଇଯାଇଛି ।

ଏହି ଅବସରରେ ନିତ୍ୟାନନ୍ଦ ମିଶ୍ର, ସାହିତ୍ୟିକ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଅଧ୍ୟାପକ ବିଶ୍ୱରଞ୍ଜନ, ଅସିତ ମହାନ୍ତି, ନରେନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସାହିତ୍ୟ ଓ ସମାଜ ପରସ୍ପର ସହିତ ଜଡ଼ିତ ଏବଂ ସାହିତ୍ୟ ସୁସ୍ଥ ସମାଜ ଗଠନ ଦିଗରେ ସବୁବେଳେ ସହାୟକ ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିନ୍ଦୁ ସାହିତ୍ୟ ସମାଜର ସବୁ ସଦସ୍ୟ ଏବଂ ବହୁ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.