ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅଞ୍ଚଳରେ ୯୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇବା ପରେ ଯଶୀପୁର ପୋଲିସ, ବନ ବିଭାଗ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ରାଜସ୍ୱ ବିଭାଗ ମିଳିତ ଭାବରେ ଚଢଉ କରି ଅଫିମ ଚାରା ନଷ୍ଟ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ।
ଖବର ମୁାତବକ, ଯଶିପୁର ଥାନା ଅନ୍ତର୍ଗତ ଅସ୍ତକୁଅଁର ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମ ନିକଟ ଜଙ୍ଗଲରେ ଅଫିମ ଚାଷ ହୋଇଥିବା ସୂଚନା ମିଳିଥିଲା । ପୋଲିସ୍ ଦୁଇଟି ପୃଥକ୍ ମାମଲା ରୁଜୁ କରି ଚଢ଼ଉ କରିଥିଲା । ଗୋଟିଏ ସ୍ଥାନରୁ ୭୬ ହଜାର ୩୫୦ ଚାରା ଏବଂ ଆଉ ଗୋଟିଏ ସ୍ଥାନରୁ ୧୯ ହଜାର ୫୦୦ ଚାରା ନଷ୍ଟ କରାଯାଇଥିବା ଜଣାପଡ଼ିଛି । ପୋଲିସ ଏହି ଗଛ ଗୁଡ଼ିକୁ ଉପାଡ଼ି ନେଇ କିରୋସିନି ଢାଳି ନିଆଁ ଲଗାଇ ନଷ୍ଟ କରିଛି ।
ଘଟଣାର ଅନୁସନ୍ଧାନ ଜାରି ରହିଛି ଏବଂ ଦୋଷୀମାନଙ୍କୁ ଖୁବ୍ ଶୀଘ୍ର ଗିରଫ୍ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।