Latest Odisha News

BREAKING NEWS

ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାରେ ୩ ଅଟକ; ସେପଟେ, ପୀଡ଼ିତାଙ୍କ ମାମୁଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ନିମାପଡା: ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଗତ ୫ ଦିନ ଧରି ବଳଙ୍ଗାରେ ତନାଘନା ଚଳାଇଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଆଜି ୩ ଜଣଙ୍କୁ ଉଠାଇ ନେଲା ପୋଲିସ । ଏକ ଅଜଣା ସ୍ଥାନକୁ ନେଇ ପଚରାଉଚରା କରାଯାଉଛି । ଏହି ଘଟଣାରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହେବା ପରେ ସେମାନଙ୍କୁ ଉଠାଇ ନେଇଛି ପୋଲିସ ।

ଅନ୍ୟପଟେ, ଗତକାଲି ବିଳମ୍ବିତ ରାତିରେ ନୟାହାଟ ସ୍ଥିତ ବଳଙ୍ଗା ପୀଡ଼ିତାଙ୍କ ମାମୁଘରେ ପହଞ୍ଚି ସଦସ୍ୟଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ ୨୦ରୁ ଅଧିକ ଲୋକଙ୍କୁ ପଚରାଉଚରା ସରିଲାଣି । ହେଲେ କାହାର ସମ୍ପୃକ୍ତି ରହିଛି ଏଯାବତ ସ୍ପଷ୍ଟ ହୋଇନାହିଁ ।

ସେପଟେ, ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ସମ୍ଭାବନା ରହିଛି ।

ତେବେ ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ପୀଡିତାଙ୍କ ଅକ୍ସିଜେନ୍ ସପୋର୍ଟ ସିଷ୍ଟମ କାଢିଦିଆଯାଇଛି । ଏମ୍ସ ପକ୍ଷରୁ ଦିଆଯାଇଥିବା ପୃଷ୍ଟିକର ଖାଦ୍ୟ ସେ ଖାଇଛନ୍ତି । ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବାକୁ ଧିରେ ଧିରେ ଉତ୍ତର ଦେଉଛନ୍ତି ପୀଡିତା ଜଣଙ୍କ । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି । ହେଲେ ବର୍ତ୍ତମାନ ସେ ବିପଦ ମୁକ୍ତ ହୋଇନଥିବା ଏମ୍ସ ପକ୍ଷରୁ ସୂଚନା ରହିଛି ।

Comments are closed.