ଭୁବନେଶ୍ୱର: ଆଇପିଏସ୍ ଆଶିଷ ସିଂହଙ୍କୁ ନେଇ ସ୍ପଷ୍ଟ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଜୁନ୍ ୩ ତାରିଖଠାରୁ ଆଶିଷ କାର୍ଯ୍ୟରେ ଯୋଗଦେଇଥିବା କହିଲେ ଡିଜିପି। ଗତ ୧୭ରେ ଡିଜିପି କ୍ୟାମ୍ପ ଅଫିସରେ ଚାଲିଥିବା ଏକ ବୈଠକରେ ମଧ୍ୟ ସାମିଲ ଥିଲେ। ଆଶିଷ ତାଙ୍କ କାର୍ଯ୍ୟ ଯୋଗଦାନ ରିପୋର୍ଟ ଏସ୍ଆଇଡବ୍ଲୁରେ ଦେଇଛନ୍ତି ବୋଲି କହିଲେ ଡିଜିପି।
ସମନ୍ଵୟ ଅଭାବରୁ ଚିଠିଟି ହୁଏତ ଗୃହ ବିଭାଗକୁ ଯାଇପାରି ନାହିଁ । ଏବେ ଗୃହ ବିଭାଗକୁ ଏନେଇ ଅବଗତ କରାଇ ଦିଆଯାଇଛି । ଆଇପିଏସ୍ ଆଶିଷ ସିଂଙ୍କ ଉପସ୍ଥିତିକୁ ନେଇ ଗୃହ ବିଭାଗ ଚିଠି କରିବା ପରେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ ।
ସୂଚନା ଥାଉକି ଗତକାଲି ଆଇପିଏସ୍ ଆଶିଷ ସିଂହ ଏବେ କେଉଁଠି ବୋଲି ଓଡିଶା ପୋଲିସ ଡିଜିଙ୍କୁ ଗୃହ ବିଭାଗ ପଚାରିଥିଲା। ଏନେଇ ପୋଲିସ ଡିଜିଙ୍କୁ ଚିଠି ମଧ୍ୟ ପଠାଇଥିଲେ ଗୃହ ବିଭାଗ ଅତିରିକ୍ତ ସଚିବ । ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ବିବାଦୀୟ ଆଇପିଏସ ଅଫିସର ଆଶିଷ ସିଂହ । ଏବେ ଆଶିଷ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ଚିଠି କରି ପଚିଥିଲା ବିଭାଗ।
ସୂଚନାଯୋଗ୍ୟ ଯେ, ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଶାରିରୀକ ଓ ମାନସିକ ସ୍ତରରେ ଆଶିଷ ସିଂହ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।
Comments are closed.