କନ୍ଧମାଳ: ସରି ଆସୁଛି ଡେଡ୍ଲାଇନ୍। ମାଓବାଦୀଙ୍କ ଆତ୍ମସମର୍ପଣ କରିବାର ଡେଡ୍ଲାଇନ୍ ସରିବାକୁ ଆଉ ମାତ୍ର ୨ ଦିନ ଅଛି। ଏହି ସମୟରେ ଫୁଲବାଣୀରେ ମାଓ ସ୍ଥିତି ସମୀକ୍ଷା କରିଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ୱାଇ.ବି ଖୁରନିଆ। ସ୍ଥିତି ସମୀକ୍ଷା କରି ଓ୍ୱାଇ.ବି ଖୁରନିଆ କହିଛନ୍ତି, ଡେଡଲାଇନ୍ ପୂରଣ ହେବାକୁ ଆଉ ମାତ୍ର ୨ ଦିନ । ଯଦି ଏହି ସମୟ ମଧ୍ୟରେ ସରେଣ୍ଡର ନକରନ୍ତି । ତେବେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ।
ପୋଲିସ ରିଜର୍ଭ ଅଫିସରେ ଡିଜିଙ୍କ ସହ ଏଡିଜି ସଞ୍ଜୀବ ପଣ୍ଡା, ଡିଆଇଜି SIW ଅଖିଳେଶ୍ୱର ସିଂ, ଆଇଜି ଅପରେସନ ଦୀପକ କୁମାର, କନ୍ଧମାଳ SP ହରିଶ ବି. ସି, SOG କମାଣ୍ଡେଣ୍ଟ ଆଶିଷ ସରକାର, CRPF ଏବଂ BSF ର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷ ପରେ ପୁଲିସ ଡିଜି କହିଛନ୍ତି ଯେ, ଦେଶକୁ ମାଓ ମୁକ୍ତ କରିବାକୁ ଡେଡ୍ଲାଇନ୍ ତାରିଖ ପୂରଣ ହେବାକୁ ଆଉ ଦୁଇ ଦିନ ବାକି ରହିଛି। ଏସବୁ ମଧ୍ୟରେ କନ୍ଧମାଳ ଜିଲ୍ଲାରେ କିଛି ମାଓବାଦୀମାନେ ରହିଛନ୍ତି। ତେଣୁ ସେମାନଙ୍କୁ କିଭଳି ଧରାଯିବ, ସେନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି।
ଗତ ବର୍ଷକ ମଧ୍ୟରେ ୭୭ ମାଓବାଦୀ ସରଣ୍ଡେର କରିଛନ୍ତି। ବାକି ୨୭ ଜଣ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି। ଗତ ଜାନୁଆରୀ ୨୫ରେ ୧୭ ଜଣ ନିପାତ ହୋଇଥିଲେ। ରିଆବନ୍ଧ ସୀମାନ୍ତ ଅପରେସନ୍ରେ ୧୭ ଜଣ ନିପାତ। ଓଡ଼ିଶାରେ ସିଙ୍ଗଲ ଡିଜିଟ୍କୁ ଖସିଛି ମାଓବାଦୀଙ୍କ ସଂଖ୍ୟା। କନ୍ଧମାଳ -ରାୟଗଡ଼ା- କଳାହାଣ୍ଡିରେ କିଛି ନକ୍ସଲ ଅଛନ୍ତି। ତେଣୁ ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ମାଓବାଦୀମାନେ ସରେଣ୍ଡର କରିଦିଅନ୍ତୁ । ନହେଲେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସାମ୍ନା କରିବାକୁ ପଡ଼ିବ ।