Latest Odisha News

BREAKING NEWS

ଛତିଶଗଡ଼ ଦାନ୍ତେଓ୍ବାଡାରେ ଏନକାଉଣ୍ଟର, ୨ ହାର୍ଡକୋର ମାଓବାଦୀ ମୃତ

ଛତିଶଗଡ଼ : ଛତିଶଗଡ଼ର ଦନ୍ତେୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରୁ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ କରିଥିବା ବେଳେ, ଟିଫିନ୍ ବୋମା, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ।

ବଡେଗୁଡରା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବାର ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ ପୋଲିସ ଓ ଡିଆରଜି ଯବାନ । ଯବାନଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇଥିଲେ ମାଓବାଦୀ । ଯାହାର ଜବାବ ଦେଇଥିଲେ ଯବାନ । ପୋଲିସ ଓ ଯବାନଙ୍କ ପାଲଟା ଗୁଳିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ମାଓବାଦୀମାନେ ହେଲେ କଟେକଲ୍ୟାଣ ଏରିଆ କମିଟିର ଡେପୁଟି କମାଣ୍ଡର ମାଡବି ହିଡମା ଏବଂ ମିଲିସିଆ କମାଣ୍ଡର ଦୁସରା ଆଇତା । ମାଡବି ହିଡମା ନାଁରେ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ, ଦୁସରା ଆଇତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।

ଗୁଳି ବିନିମୟ ପପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି । ଘଟଣାସ୍ଥଳରୁ ବିପୁଳ ପରିମାରଣର ମାରଣାସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି । ଏକ ବଡ଼ ଧରଣର ଆକ୍ରମଣ ପାଇଁ ମାଓବାଦୀମାନେ ଷଡ଼ଯନ୍ତ୍ର କରୁଥିବା ବେଳେ, ପୋଲିସ ଏହାକୁ ବିଫଳ କରିଛି ।

Leave A Reply

Your email address will not be published.