ଭୁବନେଶ୍ୱର: ଭୁବନେଶ୍ୱର: ରାଜଧାନୀର ଅପରାଧୀ ସାବଧାନ୍ । ଆକ୍ସନମୋଡରେ କମିଶନରେଟ୍ ପୋଲିସ । ଅପରାଧ କରିବାରୁ ଦୂରେଇ ରୁହନ୍ତୁ , ନଚେତ୍ ଖୋଜି ଖୋଜି ପୋଲିସ ଏଣିକି କରିବ ଅନସ୍ପଟ୍ ଫୈସଲା । ୩ଦିନ ତଳର ଦୁଷ୍କର୍ମ ମାମଲାକୁ ଏନକାଉଂଟରରେ ସାରିଲା ରାଜଧାନୀର ପୋଲିସ ଟିମ୍ । ନୟାପଲ୍ଲୀ ଅଂଚଳରେ ଘରେ ଏକା ଥିବା ସମୟରେ ମହିଳାଙ୍କୁ ବନ୍ଧୁକ ମୁନରେ ଦୁଷ୍କମ ର୍ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡାକୁ ଏନକାଉଂଟର କରିଛି । ଗଂଜାମ ଜଗନ୍ନାଥ ପ୍ରସାଦର ୨୪ ବର୍ଷୀୟ ସନ୍ତୋଷ ମଂଚେଶ୍ୱର ଥାନା ଅଧିକ ଚକେଇଶିଆଣିରେ ରହୁଥିଲା । ପୂର୍ବରୁ ମୋବାଇଲ ଚୋରୀ କେସରେ ଜେଲ୍ ଯାଇସାରିଛି ଏହି ଅପରାଧୀ । ପାଖାପାଖି ୩୦୦ରୁ ଅଧିକ ସିସିଟିଭି ଯାଂଚ ପରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ତାକୁ ଠାବ କରିଥିଲେ । ୩ଦିନ ଧରି ପୋଲିସ ଶ୍ରୀଧରର ଫୋନ୍ ଟ୍ରାକ୍ ହେଉଥିଲା, ଖବରୀ ସବୁଆଡେ ବିଛେଇ ହୋଇଥିଲେ । ପରିବାର, ତାର ଖଟି ସ୍ଥାନ ସବୁଠି ହେଉଥିଲା ତନ୍ନତନ୍ନ ଯାଂଚ୍ । ଶେଷରେ ଆଜି ପୋଲିସ ଶ୍ରୀଧରର ପତ୍ତା ପାଇ ଚନ୍ଦକା ଅଂଚଳରେ ମାଡିବସିବାକୁ ଉଦ୍ୟମ ବେଳେ ଏକ ଧାରୁଆ ସ୍କ୍ରୁ-ଡ୍ରାଇଭରରେ ପୋଲିସ ଉପରକୁ ଆକ୍ରମଣ କରି ଖସିିଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ ଶ୍ରୀଧର । ସେଲ୍ଫ ଡିଫେନ୍ସରେ ପୋଲିସ ଶ୍ରୀଧର ଉପରକୁ ଦୁଇ ରାଉଣ୍ଡ ଗୁଳି ଚଲାଇଥିଲା । ଗୋଟିଏ ଗୁଳି ତାର ଡାହାଣ ଗୋଡରେ ବାଜିଥିଲା । ଫଳରେ ସେ ଆଉ ଖସି ଯାଇପାରିଲାନାହିଁ । ଶ୍ରୀଧରକୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭତ୍ତି ର୍ କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ଯାଂଚ ପରେ ପରବତ୍ତୀ ର୍ ପଦକ୍ଷେପ ନେବ ପୋଲିସ । ନୟାପଲ୍ଲୀଥାନା ବେହେରା ସାହି ଅଂଚଳରେ ବଡ ଭଉଣୀଙ୍କ ସହ ରହୁଥିଲେ ପୀଡିତା । ବୁଧବାର ରାତିରେ ଭଉଣୀ ଘରେ ନଥିବା ବେଳେ ମୁଖାପିନ୍ଧି ଘରେ ପଶିବା ସହ ବନ୍ଧୁକ ଦେଖାଇ ଚୁପ୍ ରହିବାକୁ ଧମକାଇଥିଲା । ପରେ ପୀଡିତାଙ୍କ ମୁହଁକୁ ଓଢଣୀରେ ବାନ୍ଧି ଦୁଷ୍କର୍ମ କରିଥବା ଅଭିଯୋଗ ହୋଇଥିଲା । ପରେ ଘରୁ ଫେରାର ହେବା ବେଳେ ବାହାରୁ କବାଟ ବନ୍ଦ କରି ପଳାଇଥିଲା ଶ୍ରୀଧର । ସିସିଟିଭି ଫୁଟେଜ୍ ଏବଂ ସମସ୍ତ ଦିଗରୁ ତଦନ୍ତ କରି ଘଟଣାର ୩ଦିନ ପରେ ପୋଲିସ ପଂଝାରେ ଅଭିୟୁକ୍ତ । ଘଟଣାରେ ମହିଳା କମିଶନ ମଧ୍ୟ ଡିସିପିଙ୍କୁ ରିପୋର୍ଟ ତଲବ କରିଥିଲେ । ଶୀଘ୍ର ଅଭିଯୁକ୍ତକୁ ଧରିବାକୁ ବିରୋଧୀ ଦଳ ମଧ୍ୟ ନୟାପଲ୍ଲୀ ଥାନା ପୋଲିସଙ୍କୁ ଭେଟିଥିଲେ । ଶେଷରେ ଅଭିଯୁକ୍ତ ଶ୍ରୀଧରକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବା ପରେ ପଚରାଉଚରାରୁ ଅଧିକ ତଥ୍ୟ ହାସଲ ହୋଇପାରିବ ।
BREAKING NEWS
- ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ
- ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍
- ଆରପାରିରେ ବଲିଉଡ ଭେଟେରାନ ଅଭିନେତା ନାନା ପାଟେକର; ୭୫ ବର୍ଷରେ ଗୋଆରେ…
- ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍
- କାଠଯୋଡ଼ି ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ;ପରିଚୟ ଅସ୍ପଷ୍ଟ,ହତ୍ୟା ସନ୍ଦେହ
- ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନସିପ: ଓଡିଶା ଟିମ ଜିତିଲା ୪୯ ପଦକ
- NSA-level India-Canada Security Dialogue:ଭାରତ-କାନାଡ଼ା NSAସ୍ତରୀୟ ସୁରକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଆତଙ୍କବାଦ ବିରୋଧରେ ଉଭୟ ପକ୍ଷ ସହଯୋଗକୁ ସୁଦୃଢ଼ କରିବେ
- PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି
- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକଙ୍କ ପାଇଁ ସରକାର ଗଠନ କଲେ କମିଶନ
- ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ

Comments are closed.