ଭୁବନେଶ୍ୱର: ରାଜଧାନୀର ଅପରାଧୀ ସାବଧାନ୍ । ଆକ୍ସନମୋଡରେ କମିଶନରେଟ୍ ପୋଲିସ । ଅପରାଧ କରିବାରୁ ଦୂରେଇ ରୁହନ୍ତୁ , ନଚେତ୍ ଖୋଜି ଖୋଜି ପୋଲିସ ଏଣିକି କରିବ ଅନସ୍ପଟ୍ ଫୈସଲା । ୩ଦିନ ତଳର ମାମଲାକୁ ଏନକାଉଂଟରରେ ସାରିଲା ରାଜଧାନୀର ପୋଲିସ ଟିମ୍ । ନୟାପଲ୍ଲୀ ଅଂଚଳରେ ଘରେ ଏକା ଥିବା ସମୟରେ ମହିଳାଙ୍କୁ ବନ୍ଧୁକ ମୁନରେ ଦୁଷ୍କମ ର୍ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଏନକାଉଂଟର କରିଛି । ୩ଦିନ ଧରି ଶ୍ରୀଧରର ଫୋନ୍ ଟ୍ରାକ୍ ହେଉଥିଲା, ଖବରୀ ସବୁଆଡେ ବିଛେଇ ହୋଇଥିଲେ । ପରିବାର, ତାର ଖଟି ସ୍ଥାନ ସବୁଠି ହେଉଥିଲା ତନ୍ନତନ୍ନ ଯାଂଚ୍ । ଶେଷରେ ଆଜି ପୋଲିସ ଶ୍ରୀଧରର ପତ୍ତା ପାଇ ଚନ୍ଦକା ଅଂଚଳରେ ମାଡିବସିବାକୁ ଉଦ୍ୟମ ବେଳେ ଏକ ଧାରୁଆ ଅସ୍ତ୍ରରେ ପୋଲିସ ଉପରକୁ ଆକ୍ରମଣ କରି ଖସିିଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ ଶ୍ରୀଧର । ସେଲ୍ଫ ଡିଫେନ୍ସରେ ପୋଲିସ ଶ୍ରୀଧର ଉପରକୁ ଦୁଇ ରାଉଣ୍ଡ ଗୁଳି ଚଲାଇଥିଲା । ଗୋଟିଏ ଗୁଳି ତାର ଗୋଡରେ ବାଜିଥିଲା । ଫଳରେ ସେ ଆଉ ଖସି ଯାଇପାରିଲାନାହିଁ । ଶ୍ରୀଧରକୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭତ୍ତି ର୍ କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ଯାଂଚ ପରେ ପରବତ୍ତୀ ର୍ ପଦକ୍ଷେପ ନେବ ପୋଲିସ । ନୟାପଲ୍ଲୀଥାନା ବେହେରା ସାହି ଅଂଚଳରେ ବଡ ଭଉଣୀଙ୍କ ସହ ରହୁଥିଲେ ପୀଡିତା । ବୁଧବାର ରାତିରେ ଭଉଣୀ ଘରେ ନଥିବା ବେଳେ ମୁଖାପିନ୍ଧି ଘରେ ପଶିବା ସହ ବନ୍ଧୁକ ଦେଖାଇ ଚୁପ୍ ରହିବାକୁ ଧମକାଇଥିଲା । ପରେ ପୀଡିତାଙ୍କ ମୁହଁକୁ ଓଢଣୀରେ ବାନ୍ଧି ଦୁଷ୍କର୍ମ କରିଥବା ଅଭିଯୋଗ ହୋଇଥିଲା । ପରେ ଘରୁ ଫେରାର ହେବା ବେଳେ ବାହାରୁ କବାଟ ବନ୍ଦ କରି ପଳାଇଥିଲା ଶ୍ରୀଧର । ସିସିଟିଭି ଫୁଟେଜ୍ ଏବଂ ସମସ୍ତ ଦିଗରୁ ତଦନ୍ତ କରି ଘଟଣାର ୩ଦିନ ପରେ ପୋଲିସ ପଂଝାରେ ଅଭିୟୁକ୍ତ । ଘଟଣାରେ ମହିଳା କମିଶନ ମଧ୍ୟ ଡିସିପିଙ୍କୁ ରିପୋର୍ଟ ତଲବ କରିଥିଲେ । ଶୀଘ୍ର ଅଭିଯୁକ୍ତକୁ ଧରିବାକୁ ବିରୋଧୀ ଦଳ ମଧ୍ୟ ନୟାପଲ୍ଲୀ ଥାନା ପୋଲିସଙ୍କୁ ଭେଟିଥିଲେ । ଶେଷରେ ଅଭିଯୁକ୍ତ ଶ୍ରୀଧରକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବା ପରେ ପଚରାଉଚରାରୁ ଅଧିକ ତଥ୍ୟ ହାସଲ ହୋଇପାରିବ ।
BREAKING NEWS
- ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର
- ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…
- ସଲମାନଙ୍କ ‘ମାତୃଭୂମି’କୁ ଗ୍ରୀନ ସିଗନାଲ୍, ଦୀୱାଲି ପରେ ରିଲିଜ୍ ପ୍ଲାନ୍
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ
- ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ
- ଖୁଦୁରୁକୁଣୀ ଭସାଣି ବେଳେ ଏସ୍ଆଇଙ୍କୁ ଆକ୍ରମଣ;ଡିଜେ ବଜାଇବାକୁ ନେଇ…
- ଫ୍ଲାଇଦୁବାଇ କୋ-ପାଇଲଟଙ୍କ ଆକ୍ରମଣ ଘଟଣାରେ କଣ କହିଲା ୟୁଏଇ?
- Odisha Travel Bazaar Inauguration ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ
- କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ମାମଲା ରୁଜୁ
- ପୁରୀରେ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ, ସେବାୟତ ଓ ତୀର୍ଥଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା
