Latest Odisha News

BREAKING NEWS

ପାଦ୍ରୀଙ୍କୁ ବିଶ୍ୱାସ କରି ଭୋକ ଉପାସରେ ରହିଲେ… ତା ପରେ ଆସିଲା ଦୁଃଖଦ ଖବର

ନାଇରୋବି: କେନିୟାରେ ନାଇରୋବିରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ଆଖିରେ ଲୁହ ଆଣିଦେବ । ପାଦ୍ରୀଙ୍କ କଥାରେ ଭଗବାନଙ୍କୁ ଭେଟିବେ ବୋଲି ଭୋକ ଉପାସରେ ରହି ଅନୁଗାମୀମାନେ ଟଳି ପଡିଥିଲେ । ନାଇରୋବିର ପୂର୍ବାଂଚଳରେ ପାଦ୍ରୀ ପଲ ମ୍ୟାକେଞ୍ଜିଙ୍କ ଜାଗା ଉପରେ ନିର୍ମିତ ହୋଇଥିବା କବରସ୍ଥାନରୁ ଏହି ତଥ୍ୟ ମିିଳିଛି । ଲୋକଙ୍କୁ ଭକ୍ତି ନାମରେ ଉସୁକାଇବା ଘଟଣାର ସ୍ଥାନୀୟ ପୋଲିସ ଏପ୍ରିଲ ୧୪ରେ ପାଦ୍ରୀଙ୍କୁ ଗିରଫ କରି ସାରିଛି । ସୂଚନା ପାଇବା ପରେ ପୋଲିସ କବରସ୍ଥାନକୁ ଖୋଳିଥିଲା । ବର୍ତମାନ ସୁଦ୍ଧା ୪୭ଜଣଙ୍କ ଶବ ମିଳିସାରିଛି । ଏହାର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଗିରଫ ହେବା ପରଠାରୁ ମ୍ୟାକେଞ୍ଜି ଜେଲରେ ଅନଶନ ଆରମ୍ଭ କରି ଦେଇଛି ।

ସ୍ଥାନୀୟ ମିଡିଆର ରିପୋର୍ଟ ଅନୁସାରେ ନିରୀହ ଧର୍ମାନ୍ଧଙ୍କୁ ଅନାହାରରେ ରହିଲେ ଭଗବାନଙ୍କ ନିକଟତର ହେବ ବୋଲି ସେ କହିଥିଲେ । ତାଙ୍କୁ ବିଶ୍ୱାସ କରି ଅନେକ ଭୋକ ଉପାସରେ ରହି ମୃତ୍ୟୁବରଣ କରିଥିଲେ । ସେମାନଙ୍କ ଶବକୁ ପୋତିଦେବା ପରେ ଭଗବାନଙ୍କ ପାଖକୁ ଗଲେ ବୋଲି କହି ଅନ୍ୟମାନଙ୍କୁ ଉତ୍ସାହିତ କରୁଥିଲେ । ଏପରିକି ପୋଲିସ କେତେକଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନା ଚିକିତ୍ସା ପାଇଁ ନେଇଥିଲେ ମଧ୍ୟ ସେମାନେ ଔଷଧ ଖାଇବାକୁ ମନା କରି ଦେଇଥିଲେ । ବହୁ କଷ୍ଟରେ କିଛି ଜଣଙ୍କୁ ବଂଚା ଯାଇପାରିଛି । ଏହି ଘଟଣା ପ୍ରସାରିତ ହେବା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି ।

Leave A Reply

Your email address will not be published.