Latest Odisha News

BREAKING NEWS

ତ୍ରୁଟି ସ୍ୱୀକାର କଲେ ଓଏସଏସସି; ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହୋଇଥିବା ପ୍ରିଲିମନାରୀ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ଏ ନେଇ ସୋମବାର ଓଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ  ବିଭାଗର ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିଥିଲା । ଏହି ପ୍ରଶ୍ନପତ୍ରରେ ଏତେ ତ୍ରୁଟି ପୂର୍ଣ୍ଣ ଥିଲା ଯେ ପରୀକ୍ଷାର୍ଥୀମାନେ କିଛି ବୁଝି ପାରି ନ ଥିଲେ । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏହି ପରୀକ୍ଷା ରବିବାର ଦିନ ହୋଇଥିଲା । ପରୀକ୍ଷା ପ୍ରଶ୍ନପତ୍ର ୨ଟି ଭାଷା ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଆସିଥିଲା । ହେଲେ ଓଡ଼ିଆ ପ୍ରଶ୍ନପତ୍ରରେ ଅନେକ ତ୍ରୁଟି ଥିଲା ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ।ଏପରିକି ସୋସିଆଲ ମିଡିଆରେ ଏହାକୁ ନେଇ ସମାଲୋଚନା କରାଯାଇଥିଲା । ବିରୋଧୀ ଦଳ ମଧ୍ୟ ଏପରି ତ୍ରୁଟି ପାଇଁ ସରକାରଙ୍କୁ ସମାଲୋଚନା କରିଥିଲେ । ଅନ୍ୟପକ୍ଷେ ଏ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଏସଏସସି ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା ।

ତେଣୁ ଓଏସଏସସି ପକ୍ଷରୁ ଭୁଲ ସ୍ୱୀକାର କରାଯିବା ସହ ପରୀକ୍ଷାକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି । ପୁଣି କେବେ ଏହି ପରୀକ୍ଷା ହେବ ଖୁବ ଶୀଘ୍ର ଜଣାଇ ଦିଆଯିବା ବୋଲି ଓଏସଏସସି କହିଛି ।

Leave A Reply

Your email address will not be published.