Latest Odisha News

BREAKING NEWS

ନୂଆପଡାରେ ଫ୍ଲାଗ୍ ମାର୍ଚ୍ଚ; ସହଯୋଗ ପାଇଁ ଏସ୍‌ପିଙ୍କ ନିବେଦନ

ନୂଆପଡ଼ା: ନୂଆପଡା ବିଧାନସଭା ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦ । ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଅକ୍ଟୋବର ୧୩ ତାରିଖରେ ଜାରି କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ପରିସରରେ ବାରିକେଟ୍ କରାଯାଇଛି । ଏହାସହ ପୋଲିସ ପ୍ରଶାସନ ରବିବାର ପକ୍ଷରୁ ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରୁ ଭେରା ଛକ ପର୍ଯ୍ୟନ୍ତ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି ।

ଏସପି ଅମ୍ରିତ ପାଲ୍ ସିଂ ଖୋଦ୍ ଫ୍ଲାଗ୍ ମାର୍ଚ୍ଚରେ ସାମିଲ ହୋଇ ୧୦ ପ୍ଲାଟୁନ ଫୋର୍ସ ଧରି ଚାଲି ଚାଲି ସହର ପରିକ୍ରମା କରିଛନ୍ତି ।

ଅବାଧ ନିରପେକ୍ଷ ସହ ଶାନ୍ତି ଶୃଙ୍ଖଳାରେ କିଭଳି ନିର୍ବାଚନ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସପି କହିଛନ୍ତି ଓ ସହଯୋଗ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

 

 

Comments are closed.