Latest Odisha News

BREAKING NEWS

ଲୁକ୍ ଆଉଟ୍ ସର୍କୁଲାର ପରେ ବଢିଲା ସୌରିନଙ୍କ ଅଡୁଆ: ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ

କଟକ: ଯୌନ କେଳେଙ୍କାରୀ ମାମଲାରେ ଫସିଥିବା ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କର ଦିନ କୁ ଦିନ ଅଡୁଆ ବଢିବାରେ ଲାଗିଛି । ଗତକାଲି ସୌରିନଙ୍କ ବିରିଧରେ ପୋଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା ପରେ ଆଜି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ପଦକ୍ଷେପ ନେଇଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସସିପି ଜୋନ-୨ ଅମିତାଭ ମହାପାତ୍ର । କୋଲକାତାର ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ପାଇଁ ଚିଠି ଲେଖିଛି ମହିଳା ଥାନା । ତାସହ ସୌରିନଙ୍କର ଅନ୍ୟ ଆକାଉଣ୍ଟ ମଧ୍ୟ ଫ୍ରିଜ୍ କରାଯିବ ।

ସୂଚନା ଅନୁସାରେ, ଗତକାଲି ସୌରିନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଥିଲା କମିଶନରେଟ ପୋଲିସ । ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ  କମିଶନରେଟ ପୋଲିସ ଏକ  ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଏହି ଟିମ କଲିକତା ଯାଇଥିଲା  । ହେଲେ  ପୋଲିସ ଟିମ୍ ସୌରିନଙ୍କୁ ନ ପାଇ ଖାଲି ହାତରେ ଫେରି ଆସିଥିଲା । ଏହା ପରେ ତାଙ୍କ ବିରୋଧରେ ଲୁକଆଉଟ ସର୍କୁଲାର କମିଶନରେଟ ପୋଲିସ ଜାରି କରିଛି ।

ସୂଚନାଯୋଗ୍ୟ, ଜୁନ୍‌ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ଏପରିକି ସୌରିନ ସେହି ମହିଳାଙ୍କ ଠାରୁ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.