ମୁମ୍ବାଇ: କରୋନା କବଳରୁ ଦେଶକୁ ବଂଚାଇବାକୁ ଯାଇ ଜଣେ ପୋଲିସ ଇନ୍ସପେକ୍ଟର କରୋନା ଭାଇରସ ଆକ୍ରାନ୍ତ ହୋଇଛି । ତବଲିଗ ଜମାତର ୨୧ ବିଦେଶୀ ସଦସ୍ୟ (ବାଂଲାଦେଶର ୧୩ ଏବଂ ମାଲେସିଆର ୮ଜଣ)ଙ୍କୁ ସେ ଗିରଫ କରିଥିଲେ । ତାଙ୍କ ନିକଟରେ କରୋନା ପଜିଟିଭ ବାହାରିବା ପରେ ଇନ୍ସପେକ୍ଟରଙ୍କ ସହ କାମ କରିଥିବା ଅନ୍ୟ ପୋଲିସ କର୍ମଚାରୀଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।
ବିଦେଶୀ ନାଗରିକଙ୍କୁ ଲୁଚାଇ ରଖିବା ଅଭିଯୋଗରେ ସ୍ଥାନୀୟ ପୋଲିସ ମସଜିଦ ଓ ସ୍କୁଲର ଟ୍ରଷ୍ଟି ବିରୋଧରେ ମାମଲା ରୁଜୁ କରିଥିଲା । ନାସିକରେ ଉପରୋକ୍ତ ପୋଲିସ ଅଧିକାରୀଙ୍କ ଚିକିତ୍ସା କରାଯାଉଛି ।
Comments are closed.