Latest Odisha News

ରସିକିଆ ପ୍ରେମିକ ସତ୍ୟଜିତ ସାମଲ ଗିରଫ ଘଟଣା: ଥାନାରେ ସତ୍ୟଜିତ ମହାନ୍ତିଙ୍କ ଲେଡି ପାର୍ଟନର !

ଭୁବନେଶ୍ଵର:  ରସିକିଆ ପ୍ରେମିକ ସତ୍ୟଜିତ ସାମଲ ଗିରଫ ଘଟଣା । ଥାନାରେ ପହଞ୍ଚିଲେ ସତ୍ୟଜିତ ମହାନ୍ତିଙ୍କ ଲେଡି ପାର୍ଟନର । ହାଜର ପାଇଁ ତାଙ୍କ ପାଖକୁ ନୋଟିସ ଜାରି କରିଥିଲା କ୍ୟାପିଟାଲ ଥାନା ପୋଲିସ । ସତ୍ୟଜିତଙ୍କ ଆକାଉଣ୍ଟରୁ ରହସ୍ୟମୟୀ ମହିଳାଙ୍କ ଆକାଉଣ୍ଟକୁ ଯାଇଥିଲା ୧୦ ଲକ୍ଷ ଟଙ୍କା । ଏପରିକି ଗିରଫ ଦିନ ସତ୍ୟଜିତଙ୍କ ଆକାଉଣ୍ଟରୁ ୫୦ ହଜାର ଉଠାଇଥିଲେ ଏହି ଲେଡି ପାର୍ଟନର । ତେବେ ସତ୍ୟଜିତଙ୍କ ସହ ତାଙ୍କର ସଂପର୍କ ନେଇ ପଚରାଉଚରା କରିଛି ପୋଲିସ ।

ସୂଚନା ଅନୁସାରେ, ଗତ ଅଗଷ୍ଟ ୩ ତାରିଖରେ ରସିକିଆ ପ୍ରେମିକ ସତ୍ୟଜିତ ସାମଲକୁ ଗିରଫ କରିଥିଲା ପୋଲିସ । ପରେ ରିମାଣ୍ଡରେ ନେଇ ସତ୍ୟଜିତର ଗୋଟେ ପରେ ଗୋଟେ ଗୁମର ଖୋଲିଥିଲା କମିଶନରେଟ ପୋଲିସ । ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା ସତ୍ୟଜିତ । ୫ଜଣ ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୯୯ ମହିଳା। ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଆଉ ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା ।

ପୂର୍ବରୁ ୪୯ ଜଣ ମହିଳାଙ୍କ ସହ ଲିଙ୍କ ଥିବା ନେଇ କୁହାଯାଉଥିବା ବେଳେ ପରେ ପ୍ରକୃତ ସତ ବାହାରିଥିଲା l ୪୯ ନୁହେଁ ବରଂ ୯୯ ମହିଳାଙ୍କ ମନର ରାଜକୁମାର ଥିଲା ସତ୍ୟଜିତ । ରିମାଣ୍ଡରେ ନେଇ ପଚରା ଉଚରା ସମୟରେ ଫେକ୍ ଆଇଡି ସହ ପାସପୋର୍ଟ ଜବତ କରିଥିଲା ପୋଲିସ । ଅଭିଯୁକ୍ତ ସତ୍ୟଜିତର ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ମଧ୍ୟ ଜଣାପଡିଥିଲା । ଏଥିସହିତ ଅଭିଯୁକ୍ତ ଅନେକ ମହିଳାଙ୍କ ଭିଡ଼ିଓ ସୁଟ କରି ଯେଉଁ ପେନଡ୍ରାଇଭରେ ରଖିଥିଲା ତାହାକୁ ମଧ୍ୟ ଜବତ କରିଥିଲା ପୋଲିସ ।

Comments are closed.