Latest Odisha News

BREAKING NEWS

କ୍ରାଇମ୍ ହଟ୍ ସ୍ପଟ୍ ଉପରେ ପୋଲିସର ନଜର: ଚୋର ଧରିବ ଗୁଗଲ ମ୍ୟାପ୍

ଭୁବନେଶ୍ବର: ରାଜଧାନୀରେ ଚୋରି ଏବେ ନିତିଦିନିଆ କଥାରେ ପରିଣତ ହେଲାଣି । ପୋଲିସକୁ ଖୁଲମଖୁଲା ଚ୍ୟାଲେଂଜ ଦେଇ ଚୋରମାନେ ସିରିଜ ଚୋରି କରିଚାଲିଛନ୍ତି । ତେବେ ଚୋରଙ୍କୁ ଧରିବାକୁ ଏବେ ନୂଆ ଯୋଜନା କରିଛି କମିଶନରେଟ ପୋଲିସ। ଏଣିକି ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ। କ୍ରାଇମ କଣ୍ଟ୍ରୋଲ କରିବାକୁ ନୂଆ ତରିକା ଆପଣାଇବ କମିଶନରେଟ ପୋଲିସ।

ଦିନକୁ ଦିନ ବଢିବାରେ ଲାଗିଛି ଚୋରି ଓ ଲୁଟ୍ ଜନିତ ମାମଲା। ଯାହା ପୋଲିସର ମୁଣ୍ଡ ବିନ୍ଧାର କାରଣ ପଲଟିଛି। କେତେବେଳେ ଆପାର୍ଟମେଣ୍ଟ ତ ଆଉ କେତେବେଳେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା। ପୋଲିସକୁ ଚକମା ଦେଇ କେଉଁଆଡ଼େ ଫେରାର ମଧ୍ୟ ହୋଇଯାଉଛନ୍ତି। ମାତ୍ର ଏବେ କ୍ରାଇମ ହଟ ସ୍ପଟ ଉପରେ ରହିବ ପୋଲିସର ନଜର। ଚୋରଙ୍କୁ ଧରିବାକୁ ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ କମିଶନରେଟ ପୋଲିସ। ପ୍ରଥମ ପର୍ଯ୍ୟାୟରେ ଛିନତାଇ, ଲୁଟ ଘଟଣାକୁ ଗୁରୁତ୍ୱ ଦିଆଯିବ। ଗୁଗୁଲ ଆପ୍ଲିକେସନ ଜରିଆରେ କ୍ରାଇମ ମ୍ୟାପିଂ ଟେକନିକ ଆପଣାଇବ ପୋଲିସ।ଆବଶ୍ୟକ ହେଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ସହାୟତା ନେବ ପୋଲିସ।

Leave A Reply

Your email address will not be published.