Latest Odisha News

BREAKING NEWS

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ରେ ଖେଳିବେନି କୋହଲି

ମୋହାଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ । ବ୍ୟକ୍ତିଗତ କାରଣରୁ କୋହଲି ଓହରି ଯାଇଥିବା କୋଚ ରାହୁଲ ଡ୍ରାଭିଡ ସୂଚନା ଦେଇଛନ୍ତି । ତେବେ ସେ ଦ୍ୱିତୀୟ ଏବଂ ତୃତୀୟ ଟି୨୦ରେ ଉପଲବ୍ଧ ରହିବେ ବୋଲି କୋଚ ସ୍ପଷ୍ଟ କରିଛନ୍ତି । କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଓ ଯଶସ୍ୱୀ ଜୈସୱାଲ ଓପନିଂ କରିବେ । ଶୁଭମନ ଗିଲ ଏହି ଫର୍ମାଟ ପାଇଁ ଫିଟ ହେଉ ନ ଥିବା ଜଣାପଡିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନ ଥିଲା । ୧୪ ମାସ ପରେ ରୋହିତ ଓ କୋହଲି ଭାରତୀୟ ଟି୨୦ ଟିମକୁ ପ୍ରତ୍ୟାବର୍ତନ କରିଛନ୍ତି ।

ଏଥିସହ ଆଗାମୀ ଟି୨୦ ବିଶ୍ୱକପ ପାଇଁ ଏହି ଦୁଇ ଖେଳାଳିଙ୍କ ଖେଳିବା ସମ୍ଭାବନା ଉଜ୍ଜୀବୀତ ହୋଇଛି । ସିରିଜର ବାକି ୨ଟି ମ୍ୟାଚ ଇନ୍ଦୋର ଓ ବାଙ୍ଗାଲୋରରେ ଖେଳାଯିବ । ଟି୨୦ ବିଶ୍ୱକପ ପୂର୍ବରୁ ଆଇପିଏଲ ଖେଳାଯିବାକୁ ଥିବାରୁ ଦଳ ଚୟନ ପାଇଁ ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.