Latest Odisha News

BREAKING NEWS

ପୋଲିସ କବ୍‌ଜାରେ ବ୍ରାଉନ ସୁଗାର ବେପାରୀ : ମାଆ ପରେ ପୁଅ ଗିରଫ

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ ପୂର୍ବରୁ ବ୍ରାଉନ ସୁଗାର କାରବାର ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଥିଲା । ଏବେ ତାଙ୍କ ପୁଅକୁ ଗିରଫ କରିଛି । ସ୍ଥାନୀୟ କଲେଜ ପାଖରୁ ତାଙ୍କୁ ଧରିଛି । ତାଙ୍କ ନିକଟରୁ ୨୪ ଗ୍ରାମ ୩୫୦ ମିଲିଗ୍ରାମର ବ୍ରାଉନ ସୁଗାର, ଗୋଟିଏ ବାଇକ, ଗୋଟିଏ ମୋବାଇଲ ଓ ନଗଦ ୩ ହଜାର ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ କାମାକ୍ଷାନଗର ଥାନା ମୁଣ୍ଡିଦେଉଳୀ ସାହିର ରଞ୍ଜନ କୁମାର ବେହେରା । ରଞ୍ଜନ ଦୀର୍ଘଦିନ ଧରି କାମାକ୍ଷାନଗର ଅଞ୍ଚଳରେ ବ୍ରାଉନ ସୁଗାର ବେପାରରେ ସକ୍ରିୟ ଥିଲେ । ଖୁବଶୀଘ୍ର ବ୍ରାଉନ ସୁଗାର ବେପାରର ପର୍ଦ୍ଦାଫାସ କରାଯିବ ବୋଲି ଢେଙ୍କାନାଳ ସଦର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.