Latest Odisha News

BREAKING NEWS

ଡ଼େଲିଭରି ବୟଙ୍କ ବ୍ୟାଗରୁ ମିଳିଲା ୮୦୦ ବର୍ଷ ପୁରୁଣା ମୃତଦେହ

ଫୁଡ଼ ଡ଼େଲିଭରି ବୟର କ୍ୟାରି ବ୍ୟାଗରୁ ଧରାପଡ଼ିଲା ୮୦୦ ବର୍ଷ ପୁରୁଣା ମୃତଦେହ ବା ମମି । ସନ୍ଦେହବଶତଃ ପୋଲିସ ଡ଼େଲିଭରି ବୟକୁ ପଚରାଉଚରା କରିବା ବେଳେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ତଳେ ପେରୁ ଅଞ୍ଚଳରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଅଞ୍ଚଳରେ ଫୁଡ଼ ଡ଼େଲିଭରି କରୁଥିବା ଜୁଲିଓ ସିଜର ବର୍ମେଜୋ ନାମକ ଜଣେ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଅଟକ ରଖିଥିଲା ପୋଲିସ । ତେବେ ଅଧିକ ଖୋଳତାଡ଼ ହେବାପରେ ଯେଉଁ ତଥ୍ୟ ପୋଲିସ ହାତରେ ଲାଗିଲା ତାହା ଚମକାଇଦେଲା ଭଳି । ପୋଲିସ କହିଛି, ଡ଼େଲିଭରି ବୟର ବ୍ୟାଗରୁ ମିଳିଛି ୮୦୦ ବର୍ଷରୁ ଅଧିକ ପୁରୁଣା ଏକ ମମି । ପୋଲିସ ଯେତେବେଳେ ଯୁବକଙ୍କୁ ଜେରା କଲା ଯୁବକ ଜଣକଙ୍କ ଯୁକ୍ତି ଥିଲା ଏହା ମମି ନୁହେଁ, ବରଂ ତାଙ୍କର ଆଧ୍ୟାତ୍ମିକ ଗର୍ଲଫ୍ରେଣ୍ଡ । ସେ ତାକୁ ପ୍ରତ୍ୟେକ ଦିନ ବ୍ୟାଗରେ ଧରି ଫୁଡ଼ ଡ଼େଲିଭରି କରିବାକୁ ଯାଇଥାନ୍ତି । ତାଙ୍କ ପିତା ଏହି ମମିକୁ ୩୦ ବର୍ଷ ପୂର୍ବେ କାହାଠାରୁ କିଣି ଘରକୁ ଆଣିଥିଲେ । ଯୁବକ ତାହାର ନାମ ରଖିଥିଲେ ଜୁନିତା । ସେ ତାଙ୍କ ସହ ରୁମରେ ରୁହନ୍ତି ଏବଂ ଶୋଇଥାନ୍ତି । ସେ ତାଙ୍କର ଯତ୍ନ ବି ନେଇଥାନ୍ତି । ସେ ଏହାକୁ ନିଜ ସାଙ୍ଗମାନଙ୍କୁ ଦେଖାଇବାକୁ ନେଇ ଯାଉଥିଲେ ପୋଲିସ ଆଗରେ କହିଥିଲେ ।

Leave A Reply

Your email address will not be published.