Latest Odisha News

BREAKING NEWS

ଅତିରିକ୍ତ ଖଣି ନିର୍ଦ୍ଦେଶକଙ୍କ ଘରୁ ମିଳିଲା ନଗଦ କୋଟିଏ ଟଙ୍କା, ୬୫୦ ଗ୍ରାମ ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ନଗଦ କୋଟିଏ ଟଙ୍କା ମିଳିଛି । ଭିଜିଲାନ୍ସ ରେଡ୍ ବେଳେ କୋଟିଏ ଟଙ୍କା ସହ ପାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ଖଣ ନିର୍ଦ୍ଦେଶକଙ୍କ ଉମେଶ ଚନ୍ଦ୍ର ଜେନାଙ୍କ ଏକାଧିକ ସ୍ଥାନରେ ରେଡ୍ କରିଥିଲା ।

ଭୁବନେଶ୍ୱର ସହ କେନ୍ଦୁଝରରେ ଭିଜିଲାନ୍ସର ୧୩ଟି ଟିମ୍ ୧୦ ଜଣ ଡିଏସପିଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲା । ଆଉ ଚଢ଼ାଉ ବେଳେ ଭିଜିଲାନ୍ସ ହାତରେ ଲାଗିଥିବା ସମ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଭୁବନେଶ୍ୱରରେ ଏକ ବହୁତଳ କୋଠା ଠାବ ହୋଇଥିବା ବେଳେ କେନ୍ଦୁଝରରେ ୩ଟି କୋଠା, କେନ୍ଦୁଝରର ପ୍ରମୁଖ ସ୍ଥାନରେ ୫ଟି ପ୍ଲଟ ମିଳିଛି ।

ରେଡ୍ ବେଳେ ଭିଜିଲାନ୍ସ ହାତରେ କୋଟିଏରୁ ଅଧିକ ନଗଦ ଟଙ୍କା ଲାଗିଛି । ୬୫୦ ଗ୍ରାମର ସୁନା ଅଳଙ୍କାର, ଗୋଟିଏ କାର, ୨ଟି ଦୁଇ ଚକିଆ ଯାନ ମିଳିଥିବା ବେଳେ ବ୍ୟାଙ୍କ ଓ ବୀମା କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ । ଜେନାଙ୍କ ଠାରୁ କୋଟିଏରୁ ଅଧିକ ସମ୍ପତ୍ତି ମିଳିଥିବା ବେଳେ ତାଙ୍କ ପୁଅଙ୍କ ବ୍ୟବସାୟ ଓ ସ୍ତ୍ରୀ ବୀମା ଏଜେଣ୍ଟ ଥିବା ଏବଂ ସେହି ଆୟରୁ ଏତେ ସମ୍ପତ୍ତି କରିଥିବା ସେ ଦାବି କରିଛନ୍ତି । ଯାହାର ତର୍ଜମା କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.