Latest Odisha News

କନ୍ଧମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ

-ବନ୍ଧୁକ, ଗୁଳି ଓ ମାଓସାମଗ୍ରୀ ଜବତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କୁମ୍ଭହାରୁ ନିକଟ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିର ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କନ୍ଧମାଳ ଏସପିଙ୍କ ସୂଚନା ଅନୁସାରେ ଏସଓଜି ଓ କନ୍ଧମାଳ ଡିଭିଏଫର ମିଳିତ ଟିମ୍ କୁମ୍ଭହାରୁ ଜଙ୍ଗଲରେ ୨୦ ତାରିଖରୁ କମ୍ବିଂ ଅପରେସନ ଚଳାଇଥିଲା। ତେବେ ଆଜି ସକାଳେ ଅପରେସନ ଚାଲିଥିବା ୨୦ରୁ ୨୫ ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ। ତେବେ ପୁଲିସବାହିନୀ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ ମଧ୍ୟ ସେମାନେ ଗୁଳି ଚାଳନା ଜାରି ରଖିଥିଲେ। ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା। କିନ୍ତୁ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କର କିଛି କ୍ଷତି ହୋଇନାହିଁ।

ଘଟଣାସ୍ଥଳରୁ ମାଓ ପୁସ୍ତିକା , ଦୁଇଟି ବନ୍ଧୁକ, ୮ଟି ଜୀବନ୍ତ ଗୁଳି,ଡିଟେନେଟର, ବ୍ୟାଟେରୀ, ଇଲେକ୍ଟ୍ରି ତାର  ସହିତ ବହୁ ମାଓ ବ୍ୟବହୃତ ସାମଗ୍ରୀ ମିଳିଛି। ଖସି ପଳାଇବାରେ ସମର୍ଥ ହୋଇଥିବା ସମସ୍ତ ମାଓବାଦୀ କେକେବିଏନ୍ ଡିଭିଜନର ବୋଲି ସନ୍ଦେହ କରାଯାଉଛି। ଏବେ ବି ସେଠାରେ ତଲାସୀ ଅଭିଯାନ ଜାରିରହିଥିବା କନ୍ଧମାଳ ଏସପି ଭିନୀତ ଅଗ୍ରଓ୍ଵାଲ କହିଛନ୍ତି।

Leave A Reply

Your email address will not be published.