Latest Odisha News

BREAKING NEWS

ରାସ୍ତାତଳକୁ ଓଲଟି ପଡ଼ିଲା ପାଟ୍ରୋଲିଂ ଗାଡି; ୫ ପୋଲିସ କର୍ମଚାରୀ ଗୁରୁତର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାର ପାଟ୍ରୋଲିଂ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ୫ ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ପୋଲସ ଗାଡି ପେଟ୍ରୋଲିଂ ସାରି ଫେରୁଥିବା ବେଳେ ରାସ୍ତା କଡରେ ଥିବା ଏକ ବରଗଛକୁ ଧକ୍କାଦେଇ ଓଲଟି ପଡିଥିଲା । ଫଳରେ ଜଣେ ଏସ୍ଆଇଙ୍କ ସହତ ୪ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

BjdElectrycity

ସୂଚନା ଅନୁସାରେ ସୁବଳୟା ଥାନାର ଏହି ଗାଡିଟି ଗତକାଲି ରାତିରେ ପାଟ୍ରୋଲିଂ ପାଇଁ ଯାଇଥିଲା । ପାଟ୍ରୋଲିଂ ସାରି  ଭୋର ସମୟରେ  ଥାନାକୁ ଫେରୁଥିଲା ।    ସୁବଳୟା-ରେଢ଼ାଖୋଲ ରାସ୍ତା ବାଉରୀଯୋର୍ ପୋଲ ପାଖରେ ଗାଡିଟି ଏକ ଗଛକୁ ଧକ୍କା ଦେଇଥିଲା ।  ଗଛକୁ ଧକ୍କା ଦେବା ପରେ ଗାଡି ରାସ୍ତା ତଳକୁ ଓଲଟି ପଡିଥିଲା । ଏଥିରେ ସୁବଳୟା ଥାନା ସବ୍ ଇନ୍ସପେକ୍ଟରଙ୍କ ଦୀପ୍ତି ରଞ୍ଜନ ଦିଗାଲ୍, ଏଏସଆଇ ଏସ୍ ସେନ୍ଦ୍ରିଆଙ୍କ ସମେତ ପାଞ୍ଚ ପୋଲିସ୍ କର୍ମଚାରୀ ଥିବା ଜଣାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ଅଛି ।

Leave A Reply

Your email address will not be published.