Latest Odisha News

BREAKING NEWS

ଗଞ୍ଜେଇ କାରବାର ଉପରେ ଚଢାଉ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ, ୨୬ ପୋଲିସ ଆହତ

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଯୁବ ଗ୍ରାମରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗଞ୍ଜେଇ କାରବାର ଉପରେ ଚଢାଉ ବେଳେ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୨୬ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଆକ୍ରମଣକାରୀ ପୋଲିସ କର୍ମଚାରୀଙ୍କ ୫ଟି ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି ।

ଖବର ମୁତାବକ, ମୋହନା ବ୍ଲକ ଅନ୍ତର୍ଗତ ଯୁବ ଗ୍ରାମ ନିକଟରେ ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇଁ ମୋହନା ଏବଂ ଅଡବା ଥାନାର ମିଳିତ ଟିମ୍ ଗୁରୁବାର ରାତିରେ ଚଢ଼ାଉ କରିଥିଲେ । ଏହି ସମୟରେ ଗଞ୍ଜେଇ ମାଫିଆ ମାନେ ପୋଲିସ ଟିମ୍ ଉପରକୁ ଆକ୍ରମଣ କରିଥିଲେ ।

ଆକ୍ରମଣରେ ଏସଡିପିଓଙ୍କ ସମେତ ୨୬ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ରାତିରେ ସେମାନଙ୍କୁ ଅଟକ ରଖିଥିଲେ । ବହୁ ସମୟ ପରେ ପୋଲିସ କର୍ମଚାରୀମାନେ ସେମାନଙ୍କୁ ବୁଝାସୁଝା କରି ମୁକୁଳିଥିଲେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.