Latest Odisha News

BREAKING NEWS

ସୁରକ୍ଷା ବାହିନୀଙ୍କୁ ପୁଣି ସଫଳତା: ଧ୍ୱଂସ କଲେ ୫ଟି ନକ୍ସଲ ବଙ୍କର

ରାଞ୍ଚି: ନକ୍ସଲ ବିରୋଧରେ ଚାଲିଥିବା ଅଭିଯାନ ସମୟରେ, ପୋଲିସ କର୍ମଚାରୀଙ୍କୁ ମିଳିଲା ବଡ଼ ସଫଳତା। ଝାଡଖଣ୍ଡର ସାରଣ୍ଡା ସ୍ଥିତ ଜରାଇକେଲା ଥାନା ଅନ୍ତର୍ଗତ କୁଲପାବୁରୁ ଜଙ୍ଗଲ ପାଖରେ ଥିବା ଏକ ପାହାଡିଆ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ୦୫ଟି ନକ୍ସଲ ବଙ୍କର ଧ୍ୱଂସ କରିଛନ୍ତି।

ପୋଲିସ ଅଧିକ୍ଷକ ଆଶୁତୋଷ ଶେଖର କହିଛନ୍ତି ଯେ ନିଷିଦ୍ଧ ନକ୍ସଲ ସଂଗଠନ ସିପିଆଇ (ମାଓବାଦୀ)ର ଶୀର୍ଷ ନେତା ମିସିର ବେସରା, ଅନମୋଲ, ମୋଚୁ, ଅନଲ, ଅସୀମ ମଣ୍ଡଳ, ଅଜୟ ମାହାତୋ, ସାଗେନ ଅଙ୍ଗାରିଆ, ଅଶ୍ୱିନ, ପିଣ୍ଟୁ ଲୋହାରା, ଚନ୍ଦନ ଲୋହାରା, ଅମିତ ହାଂସଦା ଓରଫ ଉପତାନ, ଜୟକାନ୍ତ, ରାପା ମୁଣ୍ଡା ଏବଂ ସେମାନଙ୍କର ସ୍କ୍ୱାଡ୍ ସଦସ୍ୟମାନେ ବିନାଶକାରୀ କାର୍ଯ୍ୟକଳାପ ପାଇଁ ସାରଣ୍ଡା କୋଲହନ ଅଞ୍ଚଳରେ ବୁଲୁଥିବା ଖବର ମିଳିଥିଲା। ଯାହାକୁ ଦୃଷ୍ଟିରେ ରଖି ଚାଇବାସା ପୋଲିସ, କୋବ୍ରା, CRPF, ଡିଭିଏଫ ଓ ଝାଡ଼ଖଣ୍ଡ ଜାଗୁଆର ସୁରକ୍ଷା ବାହିନୀକୁ ନେଇ ଏକ ମିଳିତ ଅପରେସନ୍ ଟିମ୍ ଗଠନ କରାଯାଇଥିଲା।

ଏହି ଟିମ ମାଓ ସଂଗଠନର ବଙ୍କରକୁ ଧ୍ୱସ୍ତ କରିଛି ଏବଂ ଏହି ଅପରେସନ୍ ନିରନ୍ତର ଚାଲିଛି। ଝାଡ଼ଖଣ୍ଡ ଓଡ଼ିଶା ସୀମାନ୍ତ ଅଞ୍ଚଳ ଜରେଇକେଲା ଥାନା କୁଳପାବୁରୁ ଜଙ୍ଗଲରେ ମାଓ ଗତିବିଧି ବୃଦ୍ଧି ପାଇଥିବା ଖବର ପାଇ ଚଢ଼ାଉ କରିଥିଲେ ସୁରକ୍ଷା ବାହିନୀ। ଏହି ଅଞ୍ଚଳରେ ଟପ ମାଓ ନେତା ମିସିର ବେସରା ଓ ମୋଛୁ ସହ ଅନମୋଲ ଗୋଷ୍ଠୀ ଅଧିକ ସକ୍ରିୟ ଥିବା ଖବର ପାଇଥିଲା ଚାଇବାସା ପୋଲିସ। ଚାଇବାସା ପୋଲିସ୍ , ସିଆରପିଏଫ, ଜାଗୁଆର ଓ ଡିଭିଏଫର ମିଳିତ କୁମ୍ବିଂ ଅପରେଶନରେ ବଙ୍କର ଗୁଡିକ ଧ୍ୱଂସ ପାଇଥିବା ସୂଚନା ମିଳିଛି ।

 

Comments are closed.