Latest Odisha News

ଶ୍ରୀମନ୍ଦିରରେ ଜେଟିପିଙ୍କୁ ପିଟିଲେ ବଙ୍ଗୀୟ ଭକ୍ତ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର କିଛି ବଙ୍ଗାଳୀ ଭକ୍ତଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, କିଛି କଥାକୁ ନେଇ ବଙ୍ଗୀୟ ଭକ୍ତଙ୍କ ସହ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅସଭ୍ଯ ଭାଷାରେ ଗାଳିଗୁଲଜ ପରେ ହାତାହାତି ସ୍ଥିତି ଉପୁଜିଥିଲା। ଏହି ଘଟଣାରେ ଗୁପ୍ତେଶ୍ବର ରାଉତରାୟ ନାମକ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

ଏହି ଘଟଣାରେ ଉଭୟ ପକ୍ଷ ସିଂହଦ୍ବାର ଥାନାରେ ପରସ୍ପର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍‌ ଜେଟିପି ଓ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ଅଭିଯୋଗ ଅନୁସାରେ ସେମାନେ ସପରିବାରେ ଘଣ୍ଟିଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ଗୁପ୍ତେଶ୍ୱର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଅପରପକ୍ଷରେ ଜେଟିପି କହିଛନ୍ତି ଯେ, ଘଣ୍ଟି ଦ୍ୱାର ଦେଇ ବଙ୍ଗୀୟ ଭକ୍ତମାନେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାରୁ ସେ ଅଟକାଇ ଥିଲେ। କିନ୍ତ ସେମାନେ ଶୁଣିନଥଲେ ଓଲଟା ଝଗଡ଼ା କରିବାରେ ଲାଗିଥିଲେ।

Comments are closed.