ଗୁଣୁପୁର : କଡ଼ା ସୁରକ୍ଷା ମଧ୍ୟରେ ଗୁଣୁପୁର କୋର୍ଟରେ ହାଜର ହେଲେ ଦୁଇ ମାଓ ନେତା । ମାଓନେତା ହେଲେ ସବ୍ୟସାଚୀ ପଣ୍ଡା ଓ ଉଦୟଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସବ୍ୟସାଚୀ ପଣ୍ଡାଙ୍କୁ ଦୁଇ ଦିନରେ ୧୫ଟି ମାମଲାରେ ହାଜର କରାଯାଇଥିଲା । ସେଥି ମଧ୍ୟରୁ ଡିମିରିଗୁଡାରେ ଚାଷ ଜମିରୁ ଜବରଦସ୍ତି ଚାଷୀଙ୍କ ଧାନ କାଟି ନେଇଯାଇଥିବା ଘଟଣାରେ ଆଜି ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସେହିଭଳି ଉଦୟକୁ ଗୋଟିଏ ମାମଲାରେ ଏଡିଜେ କୋର୍ଟରେ ହାଜର କରାଯାଇଛି । ଗୁଣୁପୁର ବୈଷୟିକ ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟରୁ ଚାନ୍ଦା ମାଗିବା ଘଟଣାରେ କୋର୍ଟରେ ଉଦୟକୁ ହାଜର କରାଯାଇଥିଲା । ଡିସେମ୍ବର ୬ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.