Latest Odisha News

BREAKING NEWS

ସିଏରା ଲିଓନରେ ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ପୋରଣ, ୯୯ ମୃତ

ଫ୍ରିଟାଉନ : ପଶ୍ଚିମ ଆଫ୍ରିକା ଦେଶ ସିଏରା ଲିଓନର ଭୟଙ୍କର ବିସ୍ପୋରଣ ।  ସିଏରା ଲିଓନର ରାଜଧାନୀ ଫ୍ରି ଟାଉନରେ ଥିବା ୱଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ବିସ୍ପୋରଣ ହୋଇଛି ।ଏଥିରେ ପ୍ରାୟ ୯୯ ଜଣ ଲୋକଙ୍କ ଜୀବନ ଚାଲିଯାଇଛି।ଶତାଧିକ ଲୋକ ଏହି ବିସ୍ପୋରଣରେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

ଗୁରୁତର ମାନଙ୍କୁ ନିକଟତର ହସ୍ପିଟାଲରେ ଭର୍ତି କରାଯାଇଛି। ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ୱଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ଆଉ ଏକ ତେଲ ଟାଙ୍କିକୁ ଧକ୍କା ଦେବାବ ଫଳରେ ଏହି ବିସ୍ପୋରଣ ହୋଇଥିଲା। ଶତାଧିକ ଲୋକ ତେଲ ଚୋରି କରିବା ଆଶାରେ ଟ୍ୟାଙ୍କର ପାଖରେ ପହଁଚି ତେଲ ନେଉଥିଲେ। ଠିକ୍ ଏହି ସମୟରେ ଟ୍ୟାଙ୍କରରେ ନିଆଁ ଲାଗି ବିସ୍ପୋରଣ ହୋଇଥିଲା

ଫଳରେ ଅନେକ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା କିଛି ଘର ଓ ରାସ୍ତାରେ ଯାଉଥିବା କାର ମଧ୍ୟ ଜଳିଯାଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛିା

Leave A Reply

Your email address will not be published.