ପୁରୀ: ଧରାପଡିଲେ ୧୫ ଜୁଆଡି । ବେଆଇନ ଭାବେ ଜୁଆ ଖେଳିବା ଅଭିଯୋଗରେ ପୁରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୫ ଜୁଆଡିଙ୍କୁ ଗିରଫ କରିଛି ।
ପାଟଣା ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ପାଇ ସଦର ଥାନା ପୋଲିସ ସେଠାରେ ଚଢ଼ାଉ କରି ସେଠାରୁ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୨୩,୯୮୦ ଟଙ୍କା ଜବତ ହୋଇଛି । ଗିରଫ ବ୍ୟକ୍ତିମାନେ ହେଲେ ସେହି ଗାଁର ସଂଜୟ ଭୋଳ, ପ୍ରଶାନ୍ତ କୁମାର ବେହେରା, ଚନ୍ଦା ବେହେରା, ସୂର୍ଯ୍ୟ ବାରିକ, ବାବୁ ବାରିକ, ବନମାଳୀ ଦଳେଇ, ରବିନ୍ଦ୍ର ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରତାପ ବାରିକ ଓ ସଦାଶିବ ବେହେରା । ସେହିପରି ବାଲିଆପଣ୍ଡା ଥାନା ପୋଲିସ ଆଉ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୩୬୦ ଟଙ୍କା ଜବତ ହୋଇଛି ।
Comments are closed.