Latest Odisha News

ରାଉରକେଲାରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ

ରାଉରକେଲା: ରାଉରକେଲାରେ ବଡ ଧରଣର ଚୋରା ବାଣ ଜବତ ହୋଇଛି । ଡେଲି ମାର୍କେଟର ଦୁଇଟି ସ୍ଥାନରୁ ବାଣ ଜବତ କରାଯାଇଛି । ଘଟଣାସ୍ଥଳରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ଚୋରା ବାଣ ଜବତ କରିଛି। ଜବତ ବାଣର ମୂଲ୍ୟ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଦୁଇ ବ୍ୟବସାୟୀ ଅଜୟ ଗୁପ୍ତା ଓ ରାକେଶ ଅଗ୍ରୱାଲଙ୍କୁ ପ୍ଲାଣ୍ଟ ସାଇଟ୍ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

 

ଦୁଇ ଜଣ ବ୍ୟବସାୟୀ ବେଆଇନ ଭାବରେ ଦୀପାବଳିରେ ବ୍ୟବସାୟ କରିବା ପାଇଁ ବାଣ ଗଚ୍ଛିତ ରଖିଥିଲେ । ଖବର ପାଇ ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରିଥିଲା। ସହରରେ କେଉଁମାନେ ବେଆଇନ ବାଣ ଗଚ୍ଛିତ ରଖିଛନ୍ତି ରାଉରକେଲା ପୋଲିସ ତାର ତଦନ୍ତ କରୁଛି ।

Leave A Reply

Your email address will not be published.