Latest Odisha News

କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ, ୩ଜଣ ଅଟକ

ଯାଜପୁର: ଯାଜପୁର ଶିତଳେଶ୍ୱରରେ କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ। ଜିପିଏସ୍ ଟ୍ରାକ ଦ୍ୱାରା ଜବତ ହୋଇଥିଲା ଗାଡ଼ି। ପରେ ସାମ୍ନାକୁ ଆସିଲା ପୁରା ତଥ୍ୟ।

ସୂଚନା ଅନୁସାରେ, କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରୀ ହୋଇଥିଲା। ଏହାପରେ ଗାଡ଼ି ମାଲିକ ନିଜ ଗାଡ଼ିର ଜିପିଏସକୁ ଟ୍ରାକ କରି ଗାଡ଼ିର ପିଛା କରିଥିଲେ। ଗାଡ଼ିଟି ଯାଜପୁରରୁ ଆସିବା ପରେ ଏକ କବାଡ଼ି ଖାନାକୁ ଯାଇଥିଲା। ଏନେଇ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।ପୋଲିସ୍ ଖବର ପାଇ କବାଡ଼ି ଖାନା ଉପରେ ଚଢ଼ାଉ କରିଥିଲା।

ତେବେ କବାଡ଼ି ଖାନାରୁ ଏହି ଗାଡ଼ି ସହ ଅନ୍ୟ ଗାଡ଼ି ମଧ୍ୟ ଜବତ ହୋଇଛି। ଏଠାରେ ଜିଲ୍ଲା ତଥା ଜିଲ୍ଲା ବାହାରର ଚୋରା ଗାଡ଼ି ଜବତ ହୋଇଥିବା ଜଣାପଡ଼ିଛି। ଘଟଣାରେ ପୋଲିସ୍ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Comments are closed.